Categories: ବାଣିଜ୍ୟ

ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ

ଭୁବନେଶ୍ୱର,୧୯।୧୦: ଇଣ୍ଡିଆନ୍‌ ବ୍ୟାଙ୍କର କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ କଟକଠାରେ ଆୟୋଜିତ ହୋଇଯାଇଛି। ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟ ମହାପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ଭେଙ୍କଟେଶନଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳନା କରାଯାଇଥିଲା। ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌, ଆଞ୍ଚଳିକ ପ୍ରବନ୍ଧକ ପି.ଦାଶମହାପାତ୍ର, ଉପ-ଆଞ୍ଚଳିକ ପ୍ରବନ୍ଧକ ମଳୟ ମହାନ୍ତି, ମୁଖ୍ୟ ପ୍ରବନ୍ଧକ ବି.ସେନାପତି, ମୁଖ୍ୟ ପ୍ରବନ୍ଧକ ପି.କେ.ଶତପଥୀ, ନୋଡାଲ ଅଫିସର ସତ୍ୟରଞ୍ଜନ ଦାସଙ୍କ ସମେତ କଟକ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଅପରପକ୍ଷରେ ଭେଙ୍କଟେଶନ ଏମ୍‌ ବଛା ବଛା ବିସିଙ୍କୁ ପୁରସ୍କୃତ କରିଥିଲେ ଏବଂ ଭବିଷ୍ୟତରେ ଟାର୍ଗେଟ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ କଟକର କୁରାଙ୍ଗ ଶାସନଠାରେ ଏକ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଇଣ୍ଡିଆନ୍‌ ବ୍ୟାଙ୍କର ନିକଟବର୍ତ୍ତୀ ୮ଟି ଶାଖାର ହିତାଧିକାରୀମାନେ ଯୋଗଦେଇ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମହାପ୍ରବନ୍ଧକ ଭେଙ୍କଟେଶନ , କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌ ଏବଂ ଆଞ୍ଚଳିକ ପ୍ରବନ୍ଧକ ପି. ଦାଶମହାପାତ୍ରଙ୍କ ଉପସ୍ଥିତିରେ ସୁରକ୍ଷା ବୀମା ଯୋଜନା ଅଧୀନରେ ନିଜର ନାମାଙ୍କନ କରାଇଥିଲେ। ଉକ୍ତ ବୈଠକରେ ବ୍ୟାଙ୍କର ସମସ୍ତ ଶାଖା ପ୍ରବନ୍ଧକ, ସେବା ପ୍ରଦାନକାରୀ ଏବଂ ସେମାନଙ୍କ ବିସିମାନଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ନେଇ ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ ନିକଟରେ ଆୟୋଜିତ ହୋଇଯାଇଛି। ସୂଚନାଯୋଗ୍ୟ, ୨୦୨୩ ଅକ୍ଟେବାର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଗା ଜନ ସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ବୈଠକର ଆୟୋଜନ କରାଯାଉଛି।

Share