Categories: ବାଣିଜ୍ୟ

ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ

ଭୁବନେଶ୍ୱର,୨୧।୧୦: ଇଣ୍ଡିଆନ୍‌ ବ୍ୟାଙ୍କର କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ କଟକଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟ ମହାପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ଭେଙ୍କଟେଶନଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳନା କରାଯାଇଥିଲା। ଉକ୍ତ ବୈଠକରେ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌, ଆଞ୍ଚଳିକ ପ୍ରବନ୍ଧକ ପି.ଦାଶମହାପାତ୍ର, ଉପ-ଆଞ୍ଚଳିକ ପ୍ରବନ୍ଧକ ମଳୟ ମହାନ୍ତି, ମୁଖ୍ୟ ପ୍ରବନ୍ଧକ ବି.ସେନାପତି, ମୁଖ୍ୟ ପ୍ରବନ୍ଧକ ପି.କେ.ଶତପଥୀ, ନୋଡାଲ ଅଫିସର ସତ୍ୟରଞ୍ଜନ ଦାସଙ୍କ ସମେତ କଟକ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମହାପ୍ରବନ୍ଧକ ଭେଙ୍କଟେଶନ ଏମ୍‌ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ସୁରକ୍ଷା ଯୋଜନାର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିବାବେଳେ ଶାଖା ପ୍ରବନ୍ଧକଙ୍କ ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନାଗୁଡ଼ିକରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରାଇବାକୁ ଲକ୍ଷ୍ୟ ରଖିଥିଲେ। ଏପରିକି ମହାପ୍ରବନ୍ଧକ ଭେଙ୍କଟେଶନ ଏମ୍‌ ବଛା ବଛା ବିସିଙ୍କୁ ପୁରସ୍କୃତ କରିଥିଲେ ଏବଂ ଭବିଷ୍ୟତରେ ଟାର୍ଗେଟ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅଭିଯାନ ଅନ୍ତର୍ଗତ ୨୦୦୦ରୁ ଅଧିକ ଆକାଉଣ୍ଟ ଖୋଲାଯାଇଥିଲା। ଏଥିସହ କଟକର କୁରାଙ୍ଗ ଶାସନଠାରେ ଏକ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଇଣ୍ଡିଆନ୍‌ ବ୍ୟାଙ୍କର ନିକଟବର୍ତ୍ତୀ ୮ଟି ଶାଖାର ହିତାଧିକାରୀମାନେ ଯୋଗଦେଇ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମହାପ୍ରବନ୍ଧକ ଭେଙ୍କଟେଶନ , କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌ ଏବଂ ଆଞ୍ଚଳିକ ପ୍ରବନ୍ଧକ ପି. ଦାଶମହାପାତ୍ରଙ୍କ ଉପସ୍ଥିତିରେ ସୁରକ୍ଷା ବୀମା ଯୋଜନା ଅଧୀନରେ ନିଜର ନାମାଙ୍କନ କରାଇଥିଲେ।

Share