Categories: ବାଣିଜ୍ୟ

ମେଗା ଏସ୍‌ଏଚ୍‌ଜି ଇଣ୍ଟେନସିଭ କ୍ୟାମ୍ପେନିଙ୍ଗ

ଭୁବନେଶ୍ୱର,୨୫।୯ : ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ରବିବାର ଏକ ‘ମେଗା ଏସ୍‌ଏଚ୍‌ଜି ଇଣ୍ଟେନସିଭ କ୍ୟାମ୍ପେନିଙ୍ଗ’ ଭୁବନେଶ୍ୱରର କିଟ୍‌ ଅଡିଟୋରିୟମଠାରେ ଅନୁଷ୍ଠିତ ହେଇଯାଇଛି। ରାଜ୍ୟର ୧୬୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ପ୍ରାୟ ୧୦୦.୮୫ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ଏ ସମ୍ପର୍କରେ ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇମ୍ରାନ୍‌ ଅମିନ୍‌ ସିଦ୍ଦିକ୍‌ କହିଥିଲେ ବ୍ୟାଙ୍କ ସର୍ବଦା ଗ୍ରାହକଙ୍କ ବିଶ୍ୱାସଭାଜନ ସହ ସେବାରେ ଆସିଥାଏ। ଏପରିକି ବ୍ୟାଙ୍କର କାର୍ଯ୍ୟକଳାପ ଓ ଏସ୍‌ଏଚ୍‌ଜିକୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ କ୍ରମାଗତ ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅପରପକ୍ଷରେ ଓଡ଼ିଶା ସରକାରଙ୍କ ଇନ୍‌ଷ୍ଟିଚ୍ୟୁଶନାଲ୍‌ ଫାଇନାନ୍ସ ବିଭାଗର ନିର୍ଦ୍ଦେଶିକା ପ୍ରଜ୍ଞାସ୍ମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ପ୍ରଦୀପ୍ତ ରଥ, ବ୍ରହ୍ମପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ୟୁ ସି ପାତ୍ର, କଟକ ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ପରିକ୍ଷିତ ଦାସ ମହାପାତ୍ର, ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ସମ୍ବିତ୍‌ କୁମାର ଏବଂ ବ୍ୟାଙ୍କର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ଶଙ୍କର ରାଜୁ ଭି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Share