ପ୍ରେମୀଯୁଗଳ ପିଇଛନ୍ତି ପରସ୍ପରର ରକ୍ତ

ଓ୍ବାଶିଂଟନ: ଇଂଲିଶ ଫିଲ୍ମ ଅଭିନେତ୍ରୀ ମେଗାନ ଫକ୍ସ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଯେତେବେଳେ ବୟଫେଣ୍ଡ ମେସିନ୍‌ ଗନ୍‌ କେଲୀ ତାଙ୍କୁ ପ୍ରେମ ନିବେଦନ କରିଥିଲେ ସେ ସମୟରେ ଦୁହେଁ ପରସ୍ପରର ରକ୍ତ ପିଇଥିଲେ। ହୁଏ ତ ଏହା ଶୁଣିବା ବେଳକୁ ଲୋକଙ୍କୁ ଅଜବ ଲାଗିପାରେ କିନ୍ତୁ ଏହା ସତ। ଧାର୍ମିକ ପରମ୍ପରା ଦୃଷ୍ଟିରୁ ପ୍ରେମୀ ଯୁଗଳ କେଲୀ ମେଗାନଙ୍କ ୨-୩ ବୁନ୍ଦା ରକ୍ତ ପିଇଥିବା ବେଳେ ସେ କେଲିଙ୍କ ରକ୍ତ ପିଇଥିବା କଥା କହିଛନ୍ତି। ୨୦୨୦ ମସିହାରେ ପୁଇର୍ତୋ ରିକୋରେ ମିଡନାଇଟ୍‌ ଫିଲ୍ମ ଶୁଟିଂ ବେଳେ କେଲୀ ମେଗାନଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ ଚଳିତ ବର୍ଷ ଜାନୁୟାରୀରେ କେଲୀ ମେଗାନଙ୍କୁ ବିବାହ ନିବେଦନ କରିଥିଲେ। ମେଗାନ ପୂର୍ବରୁ ହଲିଉଡ୍‌ ଅଭିନେତା ବ୍ରିଆନ ଅଉଷ୍ଟିନ ଗ୍ରିନଙ୍କୁ ବିବାହ କରିଥିଲେ। ୨୦୧୦ରୁ ୨୦୨୧ ପର୍ଯ୍ୟନ୍ତ ହୁହେଁ ଏକାଠି ରହିଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା।

Share