Posted inଜାତୀୟ

ଭାଜପାକୁ ମେଘା ଇଞ୍ଜିନିୟରିଂ ଦେଇଛି ସର୍ବାଧିକ ଚାନ୍ଦା

ନୂଆଦିଲ୍ଲୀ,୨୩।୩: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୨୪ ମଧ୍ୟରେ ଭାଜପା ଇଲେକ୍ଟୋରାଲ ବଣ୍ଡ୍‌ରୁ ୬,୦୬୦.୫ କୋଟି ଟଙ୍କା ପାଇଥିବା ପୂର୍ବରୁ ପ୍ରକାଶ ପାଇଥିଲା। ତେବେ ୨୦୧୮ ମାର୍ଚ୍ଚରୁ ଦେଖିଲେ ଏହି ଦଳକୁ ବଣ୍ଡ୍‌ ଜରିଆରେ ମୋଟ ୮,୨୫୧.୮ କୋଟି ଟଙ୍କା ମିଳିଛି। ତେଲଙ୍ଗାନାର ମେଘା ଇଞ୍ଜିନିୟରିଂର ଇଲେକ୍ଟୋରାଲ ବଣ୍ଡ୍‌ ଚାନ୍ଦାରେ ଭାଜପା ପ୍ରଥମ ପସନ୍ଦ ରହିଛି। ଏହି କମ୍ପାନୀ ଭାଜପାକୁ ୫୧୯ କୋଟି ଟଙ୍କା ଦେଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)କୁ ୧୫୦ କୋଟି ଟଙ୍କା ଦେଇଛିି। ମେଘା ଇଞ୍ଜିନିୟରିଂ ପରେ ଭାଜପାକୁ ଚାନ୍ଦା ଦେବାରେ ଦ୍ୱିତୀୟ ସ୍ଥାନରେ ରହିଛି କ୍ୱିକ୍‌ସପ୍ଲାଏ। ୩୭୫ କୋଟି ଟଙ୍କା ଚାନ୍ଦା ଦେଇଥିବା ଏହି କମ୍ପାନୀ ରିଲାଏନ୍ସ ଗ୍ରୁପ୍‌ ସହ ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଛି। କୋଲକାତାର ଶିଳ୍ପପତି ଏମ୍‌.କେ. ଜଲାନଙ୍କ କମ୍ପାନୀଗୁଡ଼ିକ ଭାଜପାକୁ ୩୩୯.୪୨ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଭାଜପାକୁ ମିଳିଥିବା ଅନ୍ୟ ୪୬୬.୩୧ କୋଟି ଟଙ୍କାର ବଣ୍ଡ୍‌ ନମ୍ବର ସହ ମେଳକ ରେକର୍ଡ ମିଳିନାହିଁ। ୨୦୧୯ ନିର୍ବାଚନୀ ବର୍ଷରେ ଭାଜପା ଇଲେକ୍ଟୋରାଲ ବଣ୍ଡ୍‌ରୁ ୧,୫୦୫.୪ କୋଟି ପାଇଥିଲା। ସେଥିରୁ ୧୭୫.୫ କୋଟି ମଦନଲାଲ ଲିଃରୁ ମିଳିଥିବାବେଳେ କେଭେଣ୍ଟର ଫୁଡ୍‌ପାର୍କ ଇନ୍‌ଫ୍ରା ଲିଃ ୧୪୪.୫ କୋଟି ଏବଂ ମେଘା ଇଞ୍ଜିନିୟରିଂ ୧୨୫ କୋଟି ଟଙ୍କା ଦେଇଥିଲା। ୨୦୨୦ରେ ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପାର ଚାନ୍ଦା ୭୩.୮୯ କୋଟିକୁ ହ୍ରାସ ପାଇଥିତ୍ବାବେଳେ ୨୦୨୧ରେ ୩୭୨ କୋଟି ମିଳିଥିଲା। ୨୦୨୨ରେ ଭାଜପା ୧,୭୬୩.୫୪ କୋଟି ଟଙ୍କା ପାଇଥିବାବେଳେ କ୍ୱିକ୍‌ସପ୍ଲାଏ ସର୍ବାଧିକ ୩୨୫ କୋଟି ଦେଇଥିଲା। ୨୦୨୩ରେ ଏହି ଦଳକୁ ୧,୬୭୬.୩ କୋଟି ମିଳିଥିବାବେଳେ ମେଘା ଇଞ୍ଜିନିୟରିଂର ଚାନ୍ଦା ୨୯୭ କୋଟି ଏବଂ ଭାରତୀ ଏୟାରଟେଲ୍‌ର ଚାନ୍ଦା ୯୩ କୋଟି ଥିଲା। ଚଳିତ ବର୍ଷ ଭାଜପା ଏନ୍‌କ୍ୟାଶ କରିଥିବା ୨୦୨ କୋଟି ଟଙ୍କାରୁ ଭାରତୀ ଏୟାରଟେଲ୍‌ର ଚାନ୍ଦା ୫୦ କୋଟି ରହିଛ ଏବଂ ରୁଙ୍ଗ୍‌ଟା ଆଣ୍ଡ ସନ୍ସର ୫୦ କୋଟି ରହିଛି।
ଭାରତର ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ପ୍ରକାଶ କରିଥିବା ଇଲେକ୍ଟୋରାଲ ବଣ୍ଡ୍‌ର ସମ୍ପୂର୍ଣ୍ଣ ତଥ୍ୟ ଅନୁଯାୟୀ କେନ୍ଦ୍ରର ଶାସକ ଦଳ ଭାଜପା ଏବଂ ଓଡ଼ିଶାର ଶାସକ ଦଳ ବିଜେଡିକୁ ଖଣି ଓ ବୃହତ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର କମ୍ପାନୀଗୁଡ଼ିକ ବଣ୍ଡ୍‌ ଜରିଆରେ ସର୍ବାଧିକ ଚାନ୍ଦା ଦେଇଛନ୍ତି। ଏହା ବ୍ୟତୀତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟର ଶାସକ ଦଳ ମଧ୍ୟ ଇଲେକ୍ଟ୍ରୋରାଲ ବଣ୍ଡ୍‌ରୁ ଅଧିକ ଲାଭ ଉଠାଇଥିବା ଜଣାପଡ଼ିଛି। ବୃହତ୍‌ ଖଣି କମ୍ପାନୀ ବେଦାନ୍ତ ଲିଃ ଭାଜପାକୁ ୨୨୬ କୋଟି ଚାନ୍ଦା ଦେଇଥିବାବେଳେ କଂଗ୍ରେସକୁ ୧୦୪ କୋଟି ଏବଂ ବିଜେଡିକୁ ୪୦ କୋଟି ଦେଇଛି। ଓଡ଼ିଶାର ଲାଞ୍ଜିଗଡ଼ରେ ଆଲୁମିନିୟମ ରିଫାଇନେରି ଚଳାଉଥିବା ବେଦାନ୍ତର ସହଯୋଗୀ କମ୍ପାନୀ ନିୟମଗିରିର ବାୟୁ ଓ ଜଳ ପ୍ରଦୂଷଣ କରିଆସୁଛି। ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିଃ ଭାଜପାକୁ ୭୫ କୋଟି ଏବଂ ବିଜେଡିକୁ ୫୪ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ଦେଇଛି। ଆଲୁମିନିୟମ ଉତ୍ତୋଳନକୁ ନେଇ ଉକ୍ତ କମ୍ପାନୀ ଅତୀତରେ ଜୋର୍‌ଦାର ବିରୋଧର ସମ୍ମୁଖୀନ ହୋଇଥିଲା। ଓଡ଼ିଶାର ଲୁହାପଥର ମାଇନିଂ କମ୍ପାନୀ ମେସର୍ସ କେ.ଜେ.ଏସ୍‌. ଆହଲୁଓ୍ବାଲିଆ ଏବଂ ଖଣି ଓ ଇସ୍ପାତ କମ୍ପାନୀ ରୁଙ୍ଗ୍‌ଟା ଭାଜପାକୁ ବଣ୍ଡ୍‌ ଜରିଆରେ ଯଥାକ୍ରମେ ୧୪ ଏବଂ ୫୦ କୋଟି ଟଙ୍କା ଦେଇଛନ୍ତି। ଉତ୍ତରାଖଣ୍ଡରେ ଟନେଲ ଓ ରାସ୍ତା ନିର୍ମାଣରେ ନିୟୋଜିତ ଥିବା ନବୟୁଗ ଇଞ୍ଜିନିୟରିଂ କମ୍ପାନୀ ଭାଜପାକୁ ୫୫ କୋଟି ଟଙ୍କା ଚାନ୍ଦା ଦେଇଛି। ଇଲେକ୍ଟୋରାଲ ବଣ୍ଡ୍‌ କିଣିଥିବା କମ୍ପାନୀ ମଧ୍ୟରୁ ୧୫ଟି ନିଫ୍ଟି୫୦ ଇଣ୍ଡେକ୍ସରେ ତାଲିକାଭୁକ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ଟି କମ୍ପାନୀ ବିଏସ୍‌ଇ ସେନ୍‌ସେକ୍ସରେ ମଧ୍ୟ ତାଲିକାଭୁକ୍ତ ଥିବା ଜଣାପଡ଼ିଛି। ୧୫ଟି ନିଫ୍ଟି ତାଲିକାଭୁକ୍ତ କମ୍ପାନୀ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ମୋଟ ୬୪୬ କୋଟି ଟଙ୍କା ରାଜନୈତିକ ଦଳଙ୍କୁ ଦେଇଥିବାବେଳେ ସେନ୍‌ସେକ୍ସ ଲିଷ୍ଟେଡ୍‌ କମ୍ପାନୀ ୩୩୭ କୋଟି ଦେଇଛନ୍ତି। ୧୫ କମ୍ପାନୀରୁ ଭାଜପା ଏକାକୀ ୫୨୧ କୋଟି ପାଇଛି, ଯାହା ଉକ୍ତ କମ୍ପାନୀଗୁଡ଼ିକର ମୋଟ ଚାନ୍ଦାର ୮୧ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri