Categories: ଜାତୀୟ

ମେଘାଳୟରେ କଂଗ୍ରେସ ଉପରେ ମମତାଙ୍କ ମେଗା ଷ୍ଟ୍ରାଇକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ବିଧାୟକ ଟିଏମ୍‌ସିରେ ସାମିଲ

ଆଇଜଲ,୨୫ ।୧୧: ଦେଶରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗୁଛି । ଏବେ ମେଘାଳୟ କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହୋଇଥିବା ଜଣାପଡିଛି । ଏକଥା ଟିଏମସି ନିଜେ ଦାବି କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା । ତେବେ ସାଙ୍ଗମାଙ୍କୁ ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତାଭାବେ ଗଣାଯାଇଥାଏ । ମୁକୁଲ ସାଙ୍ଗମା ତୃଣମୂଳ କଂଗ୍ରେସର ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ସେପ୍ଟେମ୍ବରରେ କଥା ହୋଇଥିଲେ । ହେଲେ କେହି ଏହି ସାକ୍ଷାତ୍‌କାରକୁ କନଫର୍ମ କରି ନ ଥିଲେ । କିନ୍ତୁ ସାଙ୍ଗମା କହିଥିଲେ କି ସେ ତୃଣମୂଳ କଂଗ୍ରେସର ମହାସଚିବଙ୍କୁ ଭେଟିଛନ୍ତି । ଆହୁରି ମଧ୍ୟସୂଚନା ରହିଛି କି ସାଙ୍ଗମା ବିରୋଧିଦଳ ନେତା ୱିଂସେଟ ପାଲଙ୍କ ଉପରେ ଖୁବ୍ ରାଗିଥିଲେ । ସୂଚନାଯୋଗ୍ୟ, ତୃଣମୂଳ କଂଗ୍ରେସ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳର ବିସ୍ତାର କରିବାରେ ବ୍ୟସ୍ତ ଅଛନ୍ତି । କିଛିଦିନ ହେବ କଂଗ୍ରେସର ନେତାମାନେ ଟିଏମ୍‌ସିରେ ସାମିଲ ହେଉଛନ୍ତି । ଯାହା କଂଗ୍ରେସ ପାଇଁ ଗୋଟିଏ ଗୋଟିଏ ଧକ୍କା ବୋଲି କୁହାଯାଉଛି ।

Share