Categories: ଜାତୀୟ

ୟୁସିସିକୁ ବିରୋଧ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ…

ଶିଲଂ,୧।୭ : ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ଉତ୍ତର ପୂର୍ବର ଭାଜପାର ଅନ୍ୟତମ ପ୍ରମୁଖ ସହଯୋଗୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ୟୁନିଫର୍ମ ସିଭିଲ କୋଡ (ୟୁସିସି)କୁ ବିରୋଧ କରିଛନ୍ତି। ସେ କହିଛନ୍ତି ୟୁନିଫର୍ମ ସିଭିଲ କୋଡ ଭାରତର ପ୍ରକୃତ ଧାରଣାର ବପରୀତ ଅଟେ। ଭାରତ ଏକ ବିବିଧ ଦେଶ ଏବଂ ବିବିଧତା ଆମର ଶକ୍ତି । ଏକ ରାଜନୈତିକ ଦଳ ଭାବରେ, ଆମେ ଅନୁଭବ କରୁଛୁ ସମଗ୍ର ଉତ୍ତର-ପୂର୍ବର ଏକ ସ୍ବତନ୍ତ୍ର ସଂସ୍କୃତି ଅଛି ଏବଂ ଆମେ ଏହାକୁ ସଂରକ୍ଷିତ ରଖିବାକୁ ଚାହୁଁଛୁ ।

ଏନସିପି ମୁଖ୍ୟ କହିଛନ୍ତି ୟୁସିସି ଡ୍ରାଫ୍ଟର ପ୍ରକୃତ ବିଷୟବସ୍ତୁ ନ ଦେଖି ସବିଶେଷ ତଥ୍ୟ ଭିତରକୁ ଯିବା କଷ୍ଟକର ହେବ। ଅବଶ୍ୟ ଆମେ ଜାଣି ନାହୁଁ କି କେଉଁ ବିଲ ଆସିବ। ମେଘାଳୟରେ ସରକାର ଗଠନ ପାଇଁ କନରାଡ ସାଙ୍ଗମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟିକୁ ଭାଜପା ସମର୍ଥନ କରିଥିଲା। ଏନପିପି ହେଉଛି ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ର ଏକ ଅଂଶ। ମେଘାଳୟର ୬୦ ଟି ଆସନରେ ଭାଜପାର ଦୁଇଜଣ ବିଧାୟକ ଥିବାବେଳେ ସାଙ୍ଗମାଙ୍କ ଦଳର ୨୮ ଜଣ ବିଧାୟକ ଅଛନ୍ତି।

ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଇନ କମିଶନ ଏବଂ ଆଇନ ମନ୍ତ୍ରଣାଳୟର ପ୍ରତିନିଧୀଙ୍କୁ ଜୁଲାଇ ୩ ରେ ଆଇନ ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହି ପ୍ରସଙ୍ଗରେ ବିଭିନ୍ନ ହିତାଧିକାରୀଙ୍କ ମତାମତ ନେବାକୁ ଡାକିଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାର ଏକ ବିଲ ଆଗତ କରିପାରନ୍ତି ବୋଲି ଆଲୋଚନା ହେଉଛି।

Share