Categories: ଜାତୀୟ

ମାର୍ଚ୍ଚ ୭ରେ ମେଘାଳୟ ମୁଖ୍ୟମନ୍ତ୍ରୀ ନେବେ ଶପଥ

ଶିଲଂ: ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ କନରାଡ ସାଙ୍ଗମା ମାର୍ଚ୍ଚ ୭ ତାରିଖରେ ଶପଥ ଗ୍ରହଣ କରିପାରନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେବେ ସୂଚନା ମିଳିଛି।

ବିଧାନସଭା ନିର୍ବାଚନରେ ୨୬ଟି ଆସନରେ ଜିତି ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ତେବେ ଶୁକ୍ରବାର ନ୍ୟାଶନାଲ ପିପୁଲ୍ସ ପାର୍ଟିର ନେତା କନରାଡ ସାଙ୍ଗମାମେଘାଳୟର ରାଜ୍ୟପାଳ ଫଗୁ ଚେହାନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ନୂଆ ସରକାର ଗଠନ କରିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟରେ ମୋଟ୍‌ ୬୦ଟି ଆସନରୁ ୫୯ ଆସନରେ ନିର୍ବାଚନ ହୋଇଥିଲା। ସେଥିରେ ଏନ୍‌ପିପି ୨୬ଟି ଆସନ, ଭାଜପା ୨ଟି, ୟୁଡିପି ୧୧ଟି ଆସନ ଜିତିଛି। ଏହା ବ୍ୟତୀତ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସକୁ ୫ଟି ଲେଖାଏ ଆସନ ପାଇଛନ୍ତି।

Share