Posted inଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା

ଶିଲଂ,୧୯।୧୨: ମେଘାଳୟର ପୂର୍ବ ଶିଲୋଙ୍ଗ ବିଧାୟକ ଅମ୍ପାରିନ ଲିଙ୍ଗଡୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍‌ କରି କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ଘୋଷଣା କରିଛନ୍ତି। ସୋମବାର ସେ ଇସ୍ତଫା ପତ୍ର ଟୁଇଟ୍‌ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟ୍ୟାଗ କରିଛନ୍ତି।
ଲିଙ୍ଗଡୋ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୋର ଅଧିକାଂଶ ସମୟ ଭାରତୀୟ ଜାତୀୟ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତା ଭାବରେ ଅତିବାହିତ ହୋଇଛି। ଦଳ ମୋତେ ମନ୍ତ୍ରୀ ତଥା ମୋ ର୍ନିବାଚନମଣ୍ଡଳୀ ପୂର୍ବ ଶିଲଙ୍ଗର ପ୍ରତିନିଧୀ ଭାବରେ ସେବା କରିବାର ସୁଯୋଗ ଦେଇଥିଲା। ମୋତେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଚିବ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ଦଳରୁ ମୁଁ ଏପର୍ଯ୍ୟନ୍ତ ପାଇଥିବା ସମର୍ଥନ ପାଇଁ ମୁଁ କୃତଜ୍ଞ।
ମେଘାଳୟର ଲୋକଙ୍କ ସହ ଦଳର ସମ୍ପର୍କ ହରାଇଛି ଏବଂ ଲୋକଙ୍କ ସେବା କରିବା ପାଇଁ ଏହା ସର୍ବୋତ୍ତମ ପ୍ଲାଟଫର୍ମ ବୋଲି ମୁଁ ଆଉ ବିଶ୍ୱାସ କରୁନାହିଁ। ତେଣୁ ଗଭୀର ଦୁଃଖର ସହିତ ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମୋର ଆନୁଷ୍ଠାନିକ ଇସ୍ତଫା ଦେଉଛି।
ଆସନ୍ତା ବର୍ଷ ମେଘାଳୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଅମ୍ପାରିନ ଲିଙ୍ଗଡୋ ଦଳ ଛାଡିବା କଂଗ୍ରେସ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେତେବେଳେ ବି ମୁଖ୍ୟମନ୍ତ୍ରୀ ବାଛିବାକୁ ସମୟ ନେଇଛି ଭାଜପା ସାମ୍ନାକୁ ଆସିଛି ସରପ୍ରାଇଜ୍‌ ଚେହେରା

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ୬ ଦିନ ହୋଇ ଗଲାଣି। ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ...

ହେମନ୍ତ ସୋରେନ ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସତ, ହେଲେ ଅସଲ ରେକର୍ଡ ଭାଙ୍ଗିବେ ୧୭ରେ

ରାଞ୍ଚି,୨୮।୧୧: ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ରାଞ୍ଚିର ଐତିହାସିକ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହୋଇ ନ ଥିଲା ଚର୍ଚ୍ଚା, ମହାୟୁତିର ଟେନସନ ବଢାଇଲେ ଅଜିତ ପାଓ୍ବାର!

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପାଞ୍ଚ ଦିନ ପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ...

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ବର୍ତ୍ତମାନ ବୟସ ଏତେ ଯେ ଯାହାକୁ ମୁଁ ବଞ୍ଚି ପାରିବି ନାହିଁ, ଜାଣନ୍ତୁ ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୨୮।୧୧: ନିକଟରେ ଏକ ସାକ୍ଷାତକାରରେ ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନ, ପିତା ମୁଲାୟମ ସିଂ ଯାଦବଙ୍କ ସହ ସମ୍ପର୍କ ଏବଂ...

ଭାଜପା ତଣ୍ଟିରେ ଲାଗିଛି ‘ଶିନ୍ଦେ’ କଣ୍ଟା ! ସାଙ୍ଗରେ ରଖିବାକୁ ଦଳ ଯେତିକି ବାଧ୍ୟ ସେତିକି ଜରୁରୀ, ଅଣଦେଖା କଲେ…

ମୁମ୍ବାଇ,୨୮।୧୧: ଯଦି ଏକନାଥ ସିନ୍ଦେ ନୁହନ୍ତି, ତେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଦେବେନ୍ଦ୍ର ଫଡନାଭିସ ଏହି ଦୌଡରେ ସବୁଠାରୁ ଆଗରେ ଥିବା କୁହାଯାଉଛି।...

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

‘ସିଂହୀ ସଂସଦ ଆସିଗଲେ…,’ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୋଷ୍ଟ କରି ଫସିଗଲେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୧: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ସଂସଦରେ ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳର ୱାୟାନାଡର ଏମପି ଭାବରେ ସଂସଦରେ ଶପଥ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri