ଶିଲୋଙ୍ଗ,୧୬।୮: ମେଘାଳୟର ମୁଖ୍ୟମନ୍ତ୍ରୀ କୋରାଡ ସାଙ୍ଗମାଙ୍କ ବାସଭବନରେ ପେଟ୍ରୋଲ ବୋମା ଆକ୍ରମଣ ହୋଇଛି। ତେବେ ଘରଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଏଥିରେ କୌଣସି କ୍ଷତି ନାହିଁ। ପୂର୍ବତନ ବିଦ୍ରୋହୀ ନେତାଙ୍କ ମୃତ ପରେ ଶିଲୋଙ୍ଗରେ ଅଶାନ୍ତି ଓ ବିରୋଧ ଜାରି ରହିଛ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଦୁଇ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି। ଏହାସହ ରାଜ୍ୟର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି। ଶିଲୋଙ୍ଗରେ, ଆସାମର ଏକ ଗାଡି ଉପହରେ ପ୍ରଦର୍ଶନକାରୀମାନେ ଆକ୍ରମଣ କରିଥିଲେ। ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସହରର ଅନେକ ସ୍ଥାନରେ ପଥର ଫିଙ୍ଗିବା ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା।
ଆସାମ ସ୍ପେଶାଲ ଡିଜି ଜିପି ସିଂ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଲୋଙ୍ଗରେ କର୍ଫ୍ୟୁ ଲାଗୁ କରାଯାଇଛି। ଆସାମର ଲୋକଙ୍କୁ ପରାମର୍ଶ ଦିଆଯାଇଛି ଯେ, ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ନ ହେବା ପର୍ଯ୍ୟନ୍ତ ଶିଲୋଙ୍ଗ ନ ଯାଆନ୍ତୁ।