Categories: ଜାତୀୟ

୨୭ ବର୍ଷର ରେକର୍ଡ ଭାଙ୍ଗିଲା ଚେରାପୁଞ୍ଜି

ସୋହରା,୧୮ ।୬: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗି ରହିଥିବା ବର୍ଷା ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଇତିମଧ୍ୟରେ ମେଘାଳୟ ଚେରାପୁଞ୍ଜିର ସୋହରା ଅଞ୍ଚଳରେ ଶୁକ୍ରବାର ସବୁଠାରୁ ଅଧିକ ବର୍ଷା ହୋଇ ୨୭ ବର୍ଷର ରେକର୍ଡ ଭାଙ୍ଗିଛି । ସୋହରାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୨.୦ ମିଲିମିଟିର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସୋହରାରେ ଗୁରୁବାର ସକାଳ ୮ଟା ୩୦ରୁ ଆରମ୍ଭ ହୋଇଥିବା ବର୍ଷା ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଲାଗି ରହିଥିଲା । ଫଳରେ ୯୭୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । କୁହାଯାଉଛି କି ତୃତୀୟ ଥର ଲାଗି ମେଘାଳୟର ସୋହରାରେ ରେକର୍ଡ ପରିମାଣର ବର୍ଷା ହୋଇଛି । ଏହା ପୂର୍ବରୁ ଜୁନ୍ ୧୯୯୫ରେ ଏଠାରେ ୧୫୬୩.୩ ମିଲିମିଟର ବର୍ଷା ହୋଇଥିବା ବେଳେ ୧୯୫୬ରେ ଏଠାରେ ୯୭୩.୮ ମିଲିମିଟର ବର୍ଷା ହୋଇଥିଲା ।

Share