Categories: ଜାତୀୟ

ସକାଳୁ ସକାଳୁ ଥରିଲା ମେଘାଳୟ…

ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଥିଲା। ଭୂକମ୍ପ ଯୋଗୁଁ ଧନ ଜୀବନ ହାନୀ ହେବାର କୌଣସି ଖବର ମିଳି ନାହିଁ।

ଏଥି ସହିତ, ରବିବାର ରାତିରେ ଚେରାପୁଞ୍ଜୀରେ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା । ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଥିଲା ବୋଲି ଆକଳନ କରାଯାଇଥିଲା। ଭାରତୀୟ ସମୟ ରାତି ୮ଟା ୩୭ରେ ଏହି ଭୂକମ୍ପ ଘଟିଥିଲା। ଏହାର କେନ୍ଦ୍ର ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା ।

Share