ବ୍ରିଟେନ୍ ପ୍ରିନ୍ସ ହ୍ୟାରି ଓ ସ୍ତ୍ରୀ ମେଘାନ ମର୍କେଲ କରୋନା ଟିକାର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ କନ୍ସର୍ଟ ‘ଭାକ୍ସ ଲାଇଭ୍’ରେ ପ୍ରଚାର ଅଭିଯାନରେ ସାମିଲ ହେବେ। ଆସନ୍ତା ୨ ତାରିଖରେ ଆମେରିକାର ଲସ୍ ଆଞ୍ଜେଲ୍ସଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ଟିକା ଅଭିଯାନକୁ ତ୍ୱରାନ୍ବିତ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ପାଣ୍ଠି ସଂଗ୍ରହ ନିମନ୍ତେ ଏହି ଅଭିଯାନରେ ‘ଡୋନେଟ୍ ଡଲାର୍ସ ଫର୍ ଡୋଜେସ୍’ ବା ଟିକା ପାଇଁ ଅର୍ଥ ପ୍ରଦାନ କରିବାକୁ ହ୍ୟାରି ଓ ମେଘାନ ଆହ୍ବାନ ଦେବେ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କଠାରୁ ଆରମ୍ଭ କରି ଜେନିଫର ଲୋପେଜଙ୍କ ପର୍ଯ୍ୟନ୍ତ ଅନେକ ରାଜନେତା, ସେଲିବ୍ରିଟି ଅଂଶଗ୍ରହଣ କରିବେ।