ମେଘାନ-ହ୍ୟାରିଙ୍କ ଦ୍ୱିତୀୟ ସନ୍ତାନ

ସାନ୍ତା ବାର୍ବରା,୭।୬: ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ କନ୍ୟା ସନ୍ତାନର ନାଁ ରଖାଯାଇଛି ଲିଲିବେଟ୍‌ ଲିଲି ଡାଏନା ମାଉଣ୍ଟବାଟେନ-ଓ୍ବିଣ୍ଡସର। ରାଣୀଙ୍କ ଡାକନାମ ଅନୁଯାୟୀ ଝିଅର ପ୍ରଥମ ନାମ ଲିଲିବେଟ୍‌ ରଖାଯାଇଥିବା ପ୍ରିନ୍ସ ହ୍ୟାରି ଓ ମେଘାନଙ୍କ ମୁଖପାତ୍ର କହିଛନ୍ତି। ସେହିପରି ମଧ୍ୟମ ନାମ ହ୍ୟାରିଙ୍କ ମାଆଙ୍କ ସମ୍ମାନରେ ରଖାଯାଇଛି। ସୂଚନାଯୋଗ୍ୟ ବ୍ରିଟେନର ଏହି ରୟାଲ ଯୋଡ଼ି ରାଜକୀୟ କାର୍ଯ୍ୟରୁ ଦୂରେଇ ରହିବା ସହ ଗତ ମାର୍ଚ୍ଚରେ ଅପ୍ରାହ ଓ୍ବିନଫ୍ରେଙ୍କୁ ବିସ୍ଫୋରକ ଟିଭି ସାକ୍ଷାତକାର ଦେଇଥିଲେ।

Share