ଲଣ୍ଡନ,୧୫।୨: ବ୍ରିଟିଶ୍ ରାଜବଂଶରେ ଏବେ ଖୁସିର ସମୟ ଆସିଛି। ପ୍ରିନ୍ସ୍ ହ୍ୟାରି ଆଉ ଜଣେ ସନ୍ତାନର ପିତା ପାଲଟିବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ପୁଣିଥରେ ଗର୍ଭବତୀ ହୋଇଛନ୍ତି। ଏନେଇ ତାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ହ୍ୟାରି ଏବଂ ମେଘାନଙ୍କ ପୁତ୍ର ଆର୍ଚି ବଡ଼ ଭାଇ ଭାଇ ହେବାକୁ ଯାଉଥିବା ପ୍ରବକ୍ତା କହିଛନ୍ତି।
ଏନେଇ ହ୍ୟାରି ଏବଂ ମେଘାନଙ୍କର ଗଛ ତଳେ ବସିଥିବା ଏକ କଳାଧଳା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ହ୍ୟାରିଙ୍କ ଜଙ୍ଘରେ ମେଘାନ ମୁଣ୍ଡ ରଖି ଶୋଇଥିବାର ଦେଖିବାକୁ ମିଳୁଛି। ଫଟୋରେ ମେଘାନ ଗଭର୍ବତୀ ଥିବା ଜଣାପଡୁଛି।