ଗୋଟିଏ ସାକ୍ଷାତକାର ପାଇଁ ଏହି ମହିଳାଙ୍କୁ ୫୧ କୋଟି ଦେଲା ଟିଭି ଚ୍ୟାନେଲ

ବ୍ରିଟେନର ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲଙ୍କର ଏକ ଟିଭି ସାକ୍ଷାତକାର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାକ୍ଷାତକାର ଆମେରିକାର ଟିଭି ଚ୍ୟାନେଲ ସିବିସିରେ ପ୍ରସାରିତ ହୋଇଛି। ଏହି ସାକ୍ଷାତକାରରେ ହ୍ୟାରି ଏବଂ ମେଘାନ ବ୍ରିଟେନର ରାଜ ପରିବାର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଖୁଲାସା କରିଛନ୍ତି। ଅନ୍ୟ ଏକ କାରଣ ପାଇଁ ଏହି ସାକ୍ଷାତକାର ଖୁବ୍‌ ଚର୍ଚ୍ଚାରେ ରହିଛି। ତାହା ହେଲା ଏଥିପାଇଁ ଟିଭି ଚ୍ୟାନେଲ ସାକ୍ଷାତକାର ହୋଷ୍ଟଙ୍କୁ ଅତି କମ୍‌ରେ ୫୧ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ହ୍ୟାରି ଏବଂ ମେଘାନଙ୍କ ସହ କଥାବାର୍ତ୍ତା ପାଇଁ ସିବିସି ଆମେରିକାର ଲୋକପ୍ରିୟ ହୋଷ୍ଟ ଓପ୍ରା ଓ୍ବିନଫ୍ରେଙ୍କୁ ୫୧ କୋଟିରୁ ୬୫ କୋଟି ମଧ୍ୟରେ ଦେଇଛନ୍ତି। ମାତ୍ର ହ୍ୟାରି ଏବଂ ମେଘାନଙ୍କୁ ଏଥିପାଇଁ କିଛି ଟଙ୍କା ଦିଆଯାଇ ନାହିଁ।
୬୭ ବର୍ଷୀୟା ଓପ୍ରା ଟକ୍‌ ଶୋ’ ହୋଷ୍ଟ, ଟିଭି ପ୍ରଯୋଜିକା, ଅଭିନେତ୍ରୀ, ଲେଖିକା ଏବଂ ପରୋପକାରୀ ଭାବେ ଜଣାଶୁଣା। ଫୋବର୍ସ ଅନୁଯାୟୀ, ଓପ୍ରା ୧୯,୭୦୦ କୋଟିର ମାଲିକାଣୀ। ମାତ୍ର ତାଙ୍କର ଜନ୍ମ ଏକ ଗରିବ ପରିବାରରେ ହୋଇଥିଲା। ତାଙ୍କର ପିଲାଦିନ ବହୁତ ସଂଘର୍ଷମୟ ଥିଲା।

Share