ଲଣ୍ଡନ,୫ା୪: ବ୍ରିଟେନ୍ର ଡଚେସ୍ ଅଫ୍ ସସେକ୍ସ ମେଘାନ୍ ମାର୍କେଲଙ୍କୁ ଚଳିତବର୍ଷ ଗ୍ଲୋରିଆ ଷ୍ଟେନେମର ଓମେନ୍ ଅଫ୍ ଭିଜନ୍ ଆଓ୍ବାର୍ଡ ପ୍ରଦାନ କରାଯିବ। ଆସନ୍ତା ମେ’ ୧୬ରେ ଏମ୍ଏସ୍ ଫାଉଣ୍ଡେଶନ୍ର ବାର୍ଷିକ ଗାଲା କାର୍ଯ୍ୟକ୍ରମରେ ମେଘାନ୍ଙ୍କୁ ପୁରସ୍କୃତ କରାଯିବ। ନ୍ୟୁୟର୍କ ସିଟିସ୍ଥିତ ଜିଗଫେଲ୍ଡ ବାଲରୁମ୍ରେ ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ।
ବର୍ଣ୍ଣବୈଷମ୍ୟର ଶିକାର ହେବା ସହ ଦାରିଦ୍ରରେ ଜୀବନ କାଟୁଥିବା ମହିଳା ଏବଂ ରିୟଲ୍ ଚ୍ୟାଲେଞ୍ଜ ଫେସିଂ ମହିଳାଙ୍କୁ ସର୍ବସମ୍ମୁଖକୁ ଆଣିବା ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତବର୍ଷ ମେଘାନଙ୍କୁ ପୁରସ୍କୃତ କରାଯିବା ନେଇ ଫାଉଣ୍ଡେଶନ୍ ପକ୍ଷରୁ ନାମ ଘୋଷଣା କରାଯାଇଛି। ମେଘାନଙ୍କ ବ୍ୟତୀତ ଡ. ଶାଲୋନସ୍ ମାଟରନାଲ ଆକ୍ସନ୍ ପ୍ରୋଜେକ୍ଟର ସହ ସଂସ୍ଥାପକ ଓ୍ବାଣ୍ଡା ଇରଭିଙ୍ଗ, ଗର୍ଭପାତ ଅଧିକାର ସାମାଜିକ କର୍ମୀ ଓଲିଭିଆ ଜୁଲିଆନା ଏବଂ ଏଲ୍ଜିବିଟିକ୍ୟୁ ଆଇନଜୀବୀ ରେବେକାହ ବ୍ରୁସେହୋଫ୍ଙ୍କ ନାମ ଚୟନ କରାଯାଇଛି।