ବ୍ରିଟେନ ଲେବର ପାର୍ଟିରୁ ମେଘନାଦ ଦେଶାଇଙ୍କ ଇସ୍ତଫା

ଲଣ୍ଡନ, ୨୨।୧୧: ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ତଥା ଲେଖକ ଲର୍ଡ ମେଘନାଦ ଦେଶାଇ ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜାତିବାଦକୁ ସଫଳତାର ସହ ମୁକାବିଲା କରିବାରେ ଦଳ ବିଫଳ ହୋଇଥିବା ଦର୍ଶାଇ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଦେଶାଇ ୪୯ ବର୍ଷ ହେଲା ଲେବର ପାର୍ଟି ସଦସ୍ୟ ଥିଲେ। ସେ ଇସ୍ତଫା ଦେଲେ ମଧ୍ୟ ଦଳର ସମର୍ଥକ ରହିବେ ବୋଲି କହିଛନ୍ତି। ଦଳ ଭିତରେ ଇହୁଦୀ ଏମ୍‌ପିମାନଙ୍କୁ ଖୋଲାଖୋଲି ତିରସ୍କାର କରାଯାଉଥିଲା ଓ ମହିଳା ସଦସ୍ୟମାନେ ଟ୍ରୋଲ୍‌ ହେଉଥିଲେ। ଦଳ ଭିତରେ ଏଭଳି ଜାତିଆଣବାଦକୁ ନେଇ ସେ କଷ୍ଟ ଅନୁଭବ କରିବା ସହ ଲଜ୍ଜିତ ବୋଲି ଦେଶାଇ କହିଛନ୍ତି।

Share