Categories: ଜାତୀୟ

ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ମେହବୁବା

ଶ୍ରୀନଗର,୯।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ପରିଚିତି ଲାଗି ଅନୁଚ୍ଛେଦ ୩୭୦ ଆବଶ୍ୟକ ବୋଲି ସେ କହିଛନ୍ତି। ଏବେ ରାଜ୍ୟରେ ବାହାର ଲୋକେ ଜମି କିିଣିବାରେ ଲାଗିଛନ୍ତି। ବାହାର ଲୋକଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେବାରେ ଲାଗିଛି। ତେଣୁ ସ୍ଥାନୀୟ ଯୁବବର୍ଗ ବେକାର ହୋଇ ବସିଛନ୍ତି। ଏଭଳି ଯୁବବର୍ଗ ବାଧ୍ୟ ହୋଇ ଆତଙ୍କବାଦୀ ସଂଗଠନରେ ଯୋଗଦେଇ ବନ୍ଧୁକ ଧରୁଥିବା ମେହବୁବା ଅଭିଯୋଗ କରିଛନ୍ତି। ଭାଜପା ସରକାରଙ୍କ ଯୋଗୁ ଏଭଳି ଦୟନୀୟ ସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି। ଭାଜପା ସରକାର ଜମ୍ମୁ-କଶ୍ମୀରର ଜମି ବିକିବା ଲାଗି ଯୋଜନା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ଜନସାଧାରଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା ସେ କହିଛନ୍ତି।

Share