Categories: ଜାତୀୟ

ରାଜ୍ୟର ଲୋକଙ୍କୁ ଶକ୍ତିହୀନ କରିବାକୁ କରାଯାଉଛି ପ୍ରୟାସ: ମେହେବୁବା

ଜମ୍ମୁ,୧୮ ।୮: ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ରାଜ୍ୟରେ ରହୁଥିବା ରାଜ୍ୟ ବାହାର ଲୋକେ ବି ଜମ୍ମୁ-କଶ୍ମୀରରେ ଭୋଟ ଦେଇ ପାରିବେ । ଏବେ ଏହାକୁ ନେଇ ଭରତୀୟ ଜନତା ପାର୍ଟି(ଭାଜପା) ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବୁ ମୁଫତି । ସେ କହିଛନ୍ତି ବାହାର ଲୋକଙ୍କୁ ମତଦାନ ଅଧିକାର ଦେଇ କଶ୍ମୀର ଲୋକଙ୍କୁ ଶକ୍ତିହୀନ କରିବାର ପ୍ରୟାସ କରାଯାଉଛି ।

ପୂର୍ବରୁ ଭାଜପାର ସହଯୋଗୀ ହୋଇଥିବା ପିଡିପିର ଅଧ୍ୟକ୍ଷା ମେହେବୁବା ମୁଫତି କହିଛନ୍ତି ଜମ୍ମୁ-କଶ୍ମୀର ଭାଜପା ପାଇଁ ଲାବୋରୋଟୋରୀ ହୋଇଗଲାଣି । ଭାଜପା ପଛପଟେ ବଳଦାଇବାକୁ ଚେଷ୍ଟା ଚଳାଇଛି । ଭାଜପା ଉପରେ ଅଭିଯୋଗ କରି ମୁଫତି କହିଛନ୍ତି, ରାଜ୍ୟକୁ ଭାଜପା ବାହାରୁ ୨୫ ଲକ୍ଷ ମତଦାତା ଆଣିଛି । ତେଣୁ ଏ ସବୁ କିଛି ଭାଜପାର ଫାଇଦା ପାଇଁ କରାଯାଉଛି ।
ସୂଚନାଯୋଗ୍ୟ, ବୁଧବାର ଜମ୍ମୁ-କଶ୍ମୀର ନିର୍ବାଚନ କମିଶନର ରାଜ୍ୟରେ ରହୁଥିବା ରାଜ୍ୟ ବାହାର ଲୋକ ମତଦାତା ତାଲିକାରେ ନାମ ଯୋଡି ଭୋଟ ଦେଇ ପାରିବେ ବୋଲି ଘୋଷଣା କରିଥିଲେ । ଏହାପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି ।

Share