Categories: ଜାତୀୟ

୩ ବର୍ଷ ପରେ ପାସ୍‌ପୋର୍ଟ ପାଇଲେ ମେହବୁବା

ଶ୍ରୀନଗର, ୫ା୬: ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ୩ ବର୍ଷ ପରେ ପାସ୍‌ପୋର୍ଟ ଇସ୍ୟୁ କରାଯାଇଛି। ଏହାର ବୈଧତା ଅବଧି ୧୦ ବର୍ଷ ରହିଛି। ଦିଲ୍ଲୀ ହାଇକୋର୍ଟରେ ଦୀର୍ଘଦିନର ଲଢ଼େଇ ପରେ ପିଡିପି ନେତ୍ରୀଙ୍କୁ ପାସ୍‌ପୋର୍ଟ ଦିଆଯାଇଛି। ୨୦୧୯ରେ ତାଙ୍କ ପାସ୍‌ପୋର୍ଟ ଅବଧି ଶେଷ ହୋଇଥିବାବେଳେ ସେବେଠାରୁ ସେ ନବୀକରଣ ପାଇଁ ଉଦ୍ୟମ ଚଳାଇଥିଲେ। ପାସ୍‌ପୋର୍ଟ କାର୍ଯ୍ୟାଳୟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମେହବୁବାଙ୍କ ଝିଅ ଇଲ୍‌ତିଜା ଜମ୍ମୁ-କଶ୍ମୀର ହାଇକୋର୍ଟରେ ପିଟିଶନ ଦାଏର କରିଥିବାବେଳେ ଏହାର ଶୁଣାଣିର ଦୁଇଦିନ ପୂର୍ବରୁ ମେହବୁବାଙ୍କୁ ପାସ୍‌ପୋର୍ଟ ଇସ୍ୟୁ ହୋଇଛି।

Share