Categories: ଜାତୀୟ

କେତେ ଦିନ ଅଟକ ରହିବେ ମେହବୁବା: ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୯।୯: ପିଡ଼ିପି ସଦସ୍ୟା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଆଉ କେତେ ଦିନ ଅଟକ ରଖାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏସମ୍ପର୍କରେ ଖଣ୍ଡପୀଠ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାକୁ ପଚରା ଯାଇଛି। କେଉଁ ନିର୍ଦ୍ଦେଶ ଅନ୍ତର୍ଗତ ଆଉ କେତେ ଦିନ ପାଇଁ ମେହବୁବାଙ୍କୁ ଅଟକ ରଖିବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି ତାହାର ଜବାବ ସପ୍ତାହେ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେହମୁବାଙ୍କ କନ୍ୟା ଇତିଜା ମୁଫ୍‌ତିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ କରାଯିବାକୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମୟରେ ମେହବୁବାଙ୍କ ସମେତ ଅନ୍ୟ କେତେକ ନେତାଙ୍କୁ ଅଟକ ରଖାଯାଇଥିଲା।

Share