Categories: ଜାତୀୟ

ମେହବୁବାଙ୍କୁ ଝଟ୍‌କା: ୩ ପିଡ଼ିପି ସଦସ୍ୟ ଦେଲେ ଇସ୍ତଫା

ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ରାଜନୈତିକ ଦଳ ପିଡ଼ିପିରୁ ୩ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଧାମନ୍‌ ଭାସିନ୍‌, ଫୈଲଲ୍‌ ସିଂ ଏବଂ ପ୍ରୀତମ କୋଟଓ୍ବାଲ ଇସ୍ତଫା ଦେଇଥିବା କୁହାଯାଉଛି। ଦଳରେ ସାମ୍ପ୍ରଦାୟିକ ଶକ୍ତି ବଢୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିସ୍ଥଳେ ଦଳ ଛାଡ଼ିବା ବ୍ୟାତିତ ଅନ୍ୟ କୌଣସି ବାଟ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ପିଡ଼ିପିର ଶକ୍ତି ରାଜ୍ୟରେ ହ୍ରାସ ପାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share