Posted inଜାତୀୟ

ଜମ୍ମୁ କଶ୍ମୀରରେ ରକ୍ତପାତ ବନ୍ଦ ହେଉ: ମେହବୁବା

ଶ୍ରୀନଗର,୨୦।୨: ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ପୋଲିସ ଶହୀଦ ହେବାର ଗୋଟିଏ ଦିନ ପରେ ପିଡିଏଫ ମୁଖ୍ୟ ମେହବୁବା ମୁଫତି ପାକିସ୍ତାନ ସହ ଆଲୋଚନା କରିବାକୁ କେନ୍ଦ୍ରକୁ ଆହ୍ବାନ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ ଅଞ୍ଚଳରେ କୌଣସି ହିଂସା ନ ହେବା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। କାଶ୍ମୀରର ଅନନ୍ତନାଗ ଜିଲାର ଲୋଗାରିପୋରା ଆଇସମୁକାମ ଅଞ୍ଚଳରେ ଅବସ୍ଥିତ ଶହୀଦ କନଷ୍ଟେବଳ ସୁହେଲ ଅହମ୍ମଦଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଛନ୍ତି। ଅହମ୍ମଦ ଜମ୍ମୁ କଶ୍ମୀର ପୋଲିସର ଜଣେ କନଷ୍ଟେବଳ ଥିଲେ ଏବଂ ଗତ ଶୁକ୍ରବାର ଦିନ ଶ୍ରୀନଗର ସହରର ବାଘାଟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିଲେ। ଏହି ଆକ୍ରମଣରେ ଅହମ୍ମଦଙ୍କ ବ୍ୟତୀତ ଅନ୍ୟ ଜଣେ ପୋଲିସ କର୍ମଚାରୀ ମଧ୍ୟ ଶହୀଦ ହୋଇଥିବାବେଳେ ବୁଦ୍ଧଗାମ ଜିଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ପୋଲିସର ମୃତ୍ୟୁ ଘଟିଥିଲା।ଶହୀଦ ପୋଲିସର ପରିବାରକୁ ଭେଟିବା ପରେ ମେହବୁବା କହିଛନ୍ତି ଯେ କଶ୍ମୀର ଏକ ବଡ ପ୍ରସଙ୍ଗ ଏବଂ ଏହି ସମସ୍ୟାର ସମାଧାନ ହେବା ଉଚିତ। ଯାହା ଦ୍ୱାରା ଜମ୍ମୁ କଶ୍ମୀରରେ ରକ୍ତପାତ ବନ୍ଦ ହୋଇଯିବ ଏବଂ ଲୋକମାନେ ଏଠାରେ ଶାନ୍ତିରେ ବଞ୍ଚିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ପାତାଳରେ ରହିଲେ ବି ବଞ୍ଚି ପାରିବ ନାହିଁ ଚାଇନା-ପାକିସ୍ତାନ! ଡିଲ ପକ୍କା କରିବେ ଡୋଭାଲ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏଭଳି ଚୁକ୍ତି ହେବାକୁ ଯାଉଛି, ଯାହାକୁ ଶୁଣିଲେ ପାତାଳରେ ଥିବା ଶତ୍ରୁମାନଙ୍କର ଦାନ୍ତବି ଖଟା ହୋଇଯିବ। ଭାରତର କୂଟନୈତିକ,...

ଲେବାନନରେ ଫୁଟିଲା ପେଜର ବୋମା, ଭାରତରେ ବଢିଲା ସୁନାର ଦାମ!

ନୂଆଦିଲ୍ଲୀ,୨୩।୯: ପୁଣିଥରେ ସୁନା ଦର ବୃଦ୍ଧି ଭାରତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ...

ଘୃଣା ଦ୍ୱାରା କେହି ଉପକୃତ ହୁଅନ୍ତି ନାହିଁ, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୩ା୯: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ସୁରନକୋଟରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ମୋବାଇଲରେ ଏମିତି ଭିଡିଓ ମିଳିଲେ ଏବେ ସିଧା ଯିବେ ଜେଲ, ସିଜେଆଇଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୯: ଯଦି ଆପଣଙ୍କ ଫୋନରେ ଶିଶୁ ଅଶ୍ଳୀଳତା ବା ଚାଇଲ୍ଡ ପର୍ନୋଗ୍ରାଫି ସମ୍ବନ୍ଧୀୟ ଭିଡିଓ ମିଳୁଛି, ତେବେ ଆପଣ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି...

ଦାୟିତ୍ୱ ଗ୍ରହଣ କଲେ ଆତିଶୀ, ହେଲେ ପାଖରେ କାହିଁକି ରଖିଲେ ଖାଲି ଚୌକି, କହିଲେ ଏମିତି କଥା

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ...

ମଥୁରା-ବୃନ୍ଦାବନ ପ୍ରସାଦର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ଡିମ୍ପଲ

ଲକ୍ଷ୍ନୌ,୨୩।୯: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ‘ପ୍ରସାଦ’ରେ ପଶୁ ଚର୍ବି ମିଶ୍ରଣ ହେବାର ଖବର ଆସିବା ପରେ ମଥୁରାରେ ଖାଦ୍ୟ ଏବଂ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ପିଲାମାନଙ୍କ ସହ ଜଡିତ ଅଶ୍ଳିଳ ସାମଗ୍ରୀ ନିଜ ପାଖରେ ରଖିବା ଦଣ୍ଡନୀୟ ଅପରାଧ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପୋର୍ନୋଗ୍ରାଫି ସହ ଜଡିତ ସାମଗ୍ରୀ ଡାଉନଲୋଡ କରିବା ଏବଂ ଏହାକୁ ନିଜ ପାଖରେ ରଖିବା ଏକ ଅପରାଧ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri