Categories: ଜାତୀୟ

ମେହେବୁବା ମୁଫତିଙ୍କୁ ହାଉସ ଆରେଷ୍ଟ କରାଯାଇଥିବା ଦାବି, ପୋଲିସ କହିଲା କେହି ନାହାନ୍ତି ନଜରବନ୍ଦୀ

ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ସୋମବାର (ଡିସେମ୍ବର ୧୧) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବ। ଏହାପୂର୍ବରୁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି। ମେହବୁବା ମୁଫତିଙ୍କ ପାର୍ଟି ପିଡିପି ଦାବି କରିଛି ଯେ ରାଜ୍ୟରେ ଧାରା ୩୭୦ ଫେରସ୍ତ କରିବାକୁ ଜୋରଦାର ଦାବି କରିଥିବା ମେହବୁବା ମୁଫତି ତାଙ୍କ ଘରେ ନଜରବନ୍ଦୀ ରହିଛନ୍ତି। ତେବେ ରାଜ୍ୟ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ପିଡିପି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ପୋଷ୍ଟ କରି କହିଛି, ସୁପ୍ରିମକୋର୍ଟ ରାୟ ଆସିବା ପୂର୍ବରୁ ପୋଲିସ ପିଡିପି ଅଧ୍ୟକ୍ଷ ମେହେବୁବା ମୁଫତିଙ୍କୁ ପୋଲିସ ଘରେ ସିଲ କରିଦେଇଛି, ତାଙ୍କୁ ବେଆଇନ ଭାବେ ଘରେ ଆରେଷ୍ଟ କରାଯାଇ ରଖାଯାଇଛି।

Share