Categories: ଜାତୀୟ

ମୋତେ ନଜରବନ୍ଦୀ ରଖାଯାଇଛି: ମେହେବୁବା

ଶ୍ରୀନଗର,୭ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଦାବି କରିଛନ୍ତି କି ତାଙ୍କୁ ନଜର ବନ୍ଦୀ ରଖାଯାଇଛି । ଏହାସହ କେନ୍ଦ୍ର ସରକାର ଯେଉଁ ଦାବି କରୁଛନ୍ତି କି ରାଜ୍ୟରେ ସ୍ଥିତି ସାମାନ୍ୟ ହୋଇଯାଇଛି ତାହା ଭୁଲ ବୋଲି ମୁଫତି କହିଛନ୍ତି । ସୂଚନାଯୋଗ୍ୟ ମଙ୍ଗଳବାର ମୁଫତି ତାଙ୍କ ପାର୍ଟି ମୁଖ୍ୟାଳୟ ଯିବାର ଥିଲା । ହେଲେ ସେ ଯାଇ ନାହାନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ ଭାରତ ସରକାର ଆଫଗାନିସ୍ତାନ ଲୋକଙ୍କ ଅଧିକାରକୁ ନେଇ ଚିନ୍ତା କରୁଛନ୍ତି ହେଲେ ଜାଣିଶୁଣି କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି । ମୋତେ ଆଜି ନଜର ବନ୍ଦୀ କରାଯାଇଛି କାରଣ ପ୍ରଶାସନ ଅନୁଯାୟୀ କଶ୍ମୀରରେ ସ୍ଥିତି ସାମାନ୍ୟ ନାହିଁ । ଏହା କେନ୍ଦ୍ର ସରକାରଙ୍କ ମିଛ କଥା ବାଲି ମୁଫତି କହିଛନ୍ତି । ଯାହା ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ।

Share