Categories: ଜାତୀୟ

୧୪ ମାସ ପରେ ମୁକ୍ତହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା

ନୂଆଦିଲ୍ଲୀ, ୧୩।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ମୁକ୍ତ କରାଯାଇଛି। ଗତବର୍ଷ ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ତାଙ୍କୁ ମୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ମେହବୁବା ମୁଫ୍‌ତିଙ୍କ ମୁକ୍ତି ଦାବିରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିଥିଲେ। ମେହବୁବାଙ୍କ ଝିଅ ଇଲିଜା ମୁଫ୍‌ତି ଜଚସୁରକ୍ଷା ଆଇନ ଅନୁଯାୟୀ ତାଙ୍କ ମା’ଙ୍କୁ ବନ୍ଦୀ କରାଯିବା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସଂଶୋଧନ କରିବାକୁ ସର୍ବୋଚ୍ଚ ଅଦାଲତ ଆଗ୍ରହ ପ୍ରକାଶ କରିଥିଲେ। ଏହା ଉପରେ ଶୁଣାଣି କରି କୋର୍ଟ ଜମ୍ମୁ କଶ୍ମୀର ପ୍ରଶାସନଠାରୁ ଉତ୍ତର ମାଗିଥିଲେ। ଜନ ସୁରକ୍ଷା ଆଇନ ଅନୁଯାୟୀ ସର୍ବାଧିକ କେତେଦିନ ହେପାଜତରେ ରଖାଯାଇପାରି ବୋଲି ପ୍ରଶ୍ନ ପଚରା ଯାଇଥିଲା। ସେହିଭଳି ମେହବୁବାଙ୍କୁ କେତେ ଦିନ ଜେଲରେ ରଖାଯିବ ବୋଲି ପ୍ରଶ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ମେହବୁବାଙ୍କୁ ୪ ଅଗଷ୍ଟ ୨୦୧୯ରୁ ବନ୍ଦୀ କରାଯାଇଥିଲା।

Share