Categories: ଜାତୀୟ

ଭାଜପା-ଆର୍‌ଏସ୍‌ଏସ୍‌କୁ ସାଂପ୍ରଦାୟିକ ସଙ୍ଗଠନ ବୋଲି କହିଲେ ମୁଫତି, ଧର୍ମ ନାରେ କରୁଛନ୍ତି ହିଂସା

ଜମ୍ମୁ,୧୩ ।୧୧: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫତି ଶନିବାର ଜମ୍ମୁ-କଶ୍ମୀର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ସେ କହିଛନ୍ତି କି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ଓ ଭାରତୀୟ ଜନତା ପାର୍ଟି(ଭାଜପା) ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଝଗଡାର ସୂତ୍ରପାତ କରୁଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ବିବାଦୀୟ ବହିକୁ ନେଇ ବି ସେ ପ୍ରତିକ୍ରିୟା ରଖିଛନ୍ତି । ମେହେବୁବା କହିଛନ୍ତି ଆର୍‌ଏସ୍‌ଏସ୍ ଓ ଭାଜପା ଦୁଇଟିଯାକ ସାଂପ୍ରଦାୟିକ ସଙ୍ଗଠନ । ଉଭୟ ହିନ୍ଦୁତ୍ୱ ଓ ହିନ୍ଦୁ ଧର୍ମକୁ ହାଇଜ୍ୟାକ କରି ନେଇଛନ୍ତି । ଏହି ଦଳ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁଛି । ଏମାନଙ୍କୁ ତୁଳନା କେବଳ ଆଇଏସ୍ ସହ ନୁହେଁ ଏମିତି ଅନ୍ୟ ସଙ୍ଗଠନ ସହ ମଧ୍ୟ କରାଯାଇପାରେ । କାରଣ ଏମାନେ ଧର୍ମ ନାଁରେ ଲୋକଙ୍କୁ ମାରୁଛନ୍ତି ।

Share