Categories: ଜାତୀୟ

‘ଓମକାରା’ ଫିଲ୍ମରେ ମୋ ଝିଅ କାମ କରିନାହିଁ: ସ୍ପଷ୍ଟ କଲେ ମେହବୁବା ମୁଫତି

ଶ୍ରୀନଗର,୨୮।୮: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଇ ଇରଟିକା ମୁଫତି ଓମକାରା ଫିଲ୍ମରେ ଅଭିନୟ କରିନାହାଁନ୍ତି। ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ମେହବୁବା। ସୋସିଆଲ ମିଡିଆ ୟୁଜର୍ସ ଇମତିଆଜ ମେହମୁଦଙ୍କୁ ଟାର୍ଗେଟ କରି ମୁଫତି କହିଛନ୍ତି ଯେ, ମୁଁ ଗର୍ବିତ ଯେ ମୋ ଭାଇ ତସଦୁକ ଓମକାରା ଫିଲ୍ମରେ ସିନେମାଟୋଗ୍ରାଫର୍‌ ଥିଲେ, କିନ୍ତୁ ମୋ ବଡ଼ ଝିଅ ଏଥିରେ ଅଭିନୟ କରି ନ ଥିଲେ।
ଇମତିଆଜ ମେହମୁଦ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି୍‌ଥିଲେ। ଏଥିରେ ସେ ମେହବୁବା ମୁଫତି ଏବଂ ତାଙ୍କ ଝିଅମାନେ ଏକ ଅଣ-ଇସଲାମିକ ଜୀବନଯାପନ କରୁଥିବା କହିଥିଲେ। ପୋଷ୍ଟରେ ମେହବୁବାଙ୍କ ଦୁଇ ଝିଅଙ୍କ ଫଟୋ ସହିତ ଲେଖାଯାଇଛି ଯେ, ଇରଟିକା ଏବଂ ଇଲଟିଜା ମୁଫତିଙ୍କର ଦୁଇ ଝିଅ। ଜଣେ ଆଇଏଫଏସ୍‌ ହୋଇଗଲେ ଏବଂ ବର୍ତ୍ତମାନ ଲଣ୍ଡନରେ କାର୍ଯ୍ୟ କରୁଛନ୍ତି। ଅନ୍ୟଜଣେ ଓମକାରା ଫିଲ୍ମରେ କାମ କରୁଛନ୍ତି। ଉଭୟ ସାଧାରଣ ଜୀବନଯାପନ କରନ୍ତି। କିନ୍ତୁ ମେହବୁବା ମୁଫତି ଚାହୁଁଛନ୍ତି ଯେ ସମସ୍ତ କଶ୍ମୀରୀ ଝିଅ ବୁର୍ଖା ପିନ୍ଧନ୍ତୁ।

ଏଥି ସହିତ ମେହବୁବା ମୁଫତି କହିଛନ୍ତି ଯେ, ଏସବୁ ମିଥ୍ୟା ବିସ୍ତାର କରିଛି। ମୋର ସାନ ଝିଅ ଇଲଟିଜା ଲଣ୍ଡନରେ ଆଇଏଫ୍‌ଏସ୍‌ ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି। ସେ ୨୦୧୫ରୁ କଶ୍ମୀରରେ ଅଛନ୍ତି। ମୁଁ ଗର୍ବିତ ଯେ ମୋ ଭାଇ ତସଦୁକ ଓମକାରାରେ ସିନେମାଟୋଗ୍ରାଫର ଭାବରେ କାମ କରିଥିଲେ। କିନ୍ତୁ ମୋର ବଡ଼ ଝିଅ ଇରଟିଜା ଏଥିରେ ଅଭିନୟ କରିନାହାନ୍ତି।

Share