ଶ୍ରୀନଗର,୨୨।୩: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଏକ ବଡ଼ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ମେହବୁବା କହିଛନ୍ତି, ରାଜ୍ୟରେ ଧାରା ୩୭୦ ପୁଣି ଲାଗୁ ନ ହେବା ପର୍ଯ୍ୟନ୍ତ ମୁଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। କାରଣ ଏହା ମୋ ପାଇଁ ଏକ ଭାବପ୍ରବଣ ବିଷୟ। ଯେତେବେଳେ ବିଧାନସଭାରେ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲି ସେତେବେଳେ ରାଜ୍ୟରେ ଦୁଇଟି ସମ୍ବିଧାନ ଥିଲା, ଗୋଟିଏ ଜମ୍ମୁ କଶ୍ମୀରର ଏବଂ ଅନ୍ୟଟି ଭାରତର। ଏହା ମୋ ପକ୍ଷରୁ ଏକ ମୂର୍ଖ ନିଷ୍ପତ୍ତି ହୋଇପାରେ, କିନ୍ତୁ ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ବିଷୟ।
ଅନ୍ୟପକ୍ଷରେ, ନିର୍ବାଚନକୁ ନେଇ ମେହବୁବା କହିଛନ୍ତି, ମୁଁ ନିର୍ବାଚନ ବିଷୟରେ କିଛି କହିପାରିବି କାରଣ ଏହି ନିଷ୍ପତ୍ତି ନିର୍ବାଚନ ଆୟୋଗଙ୍କ ଦ୍ୱାରା ନୁହେଁ ବରଂ ଭାଜପା ଦ୍ୱାରା ନିଆଯିବ। ଭାଜପା ପାଇଁ ପରିସ୍ଥିତି ଅନୁକୂଳ ହେଲେ ସେମାନେ ଏହି ନିର୍ବାଚନ କରିବେ।