Categories: ଜାତୀୟ

ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଯୋଗୁ ଜମ୍ମୁ-କଶ୍ମୀରରେ ଘଟୁଛି ହିଂସା: ମେହବୁବା

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀରରେ ପୁଣି ହିଂସା ଦେଖିବାକୁ ମିଳିଛି। କଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ହେବାର କିଛି ଦିନ ପରେ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରାଯାଇଛି। ଏହି ହିଂସା ପାଇଁ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ଦାୟୀ କରିଛନ୍ତି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି। ମେହବୁବା କହିଛନ୍ତି, ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ କଶ୍ମୀରୀ ପଣ୍ଡିତମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିଛନ୍ତି। ୨୦୧୬ରେ ରାଜ୍ୟରେ ଅଶାନ୍ତି ଚରମ ସୀମାରେ ଥିବାବେଳେ ମଧ୍ୟ କୌଣସି ହତ୍ୟା ହୋଇ ନ ଥିଲା, କିନ୍ତୁ ବର୍ତ୍ତମାନ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଯୋଗୁ ହିଂସା ବଢିଛି।
ଏଥି ସହ ମେହବୁବା ମୁଫତି ମଧ୍ୟ ଜ୍ଞାନବ୍ୟାପି ମସଜିଦ ବିବାଦକୁ ନେଇ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ପ୍ରକୃତ ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ କେନ୍ଦ୍ର ସରକାର ହିନ୍ଦୁ-ମୁସଲମାନ ପ୍ରସଙ୍ଗ ସୃଷ୍ଟି କରୁଛନ୍ତି ଏବଂ ବର୍ତ୍ତମାନ ଜ୍ଞାନବ୍ୟାପି ମସଜିଦ ପଛରେ ପଡିଛନ୍ତି।

Share