Categories: ଜାତୀୟ

କେନ୍ଦ୍ରକୁ ଚେତାବନି ଦେଲେ ମେହେବୁବା

ନୂଆଦିଳ୍ଲୀ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ଅକ୍ତିୟାର କରିସାରିଲାଣି । ଏବେ ଖୁବଶୀଘ୍ର ସେଠାରେ ତାଲିବାନ ସରକାର ଗଠନ କରାଯିବ ବୋଲି ଅନୁମାନ କରାଯାଉଛି । ଏବେ ଭାରତରେ କେତେଜଣ ରାଜନେତା ଜମ୍ମୁ-କଶ୍ମୀରକୁ ନେଇ ତାଲିବାନ ସହ ତୁଳନା କରିଛନ୍ତି । ଏହାସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ଶନିବାର ପିଡିପି ଅଧ୍ୟକ୍ଷା ମେହେବୁବା ମୁଫତି ତାଲିବାନକୁ ଜମ୍ମୁ-କଶ୍ମୀର ସହ ତୁଳନା କରିଛନ୍ତି । ସେ କହିଛନ୍ତି ଦେଖ କେମିତି ଆତଙ୍କବାଦୀ ସମୁହ ଶକ୍ତିଶାଳୀ ଆମେରିକାକୁ ବାହାରକୁ ଫିଙ୍ଗିଦେଲା । ମେହେବୁବା ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀର ଜନତାଙ୍କ ସହ କଥା ହୁଅନ୍ତୁ । ଏହାସହ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସ୍ଥିତି ଫେରାଇବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ମେହେବୁବାଙ୍କ ମାଆ ଗୁଲଶନ ନଜିରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)୩ ଘଣ୍ଟାର ପଚରା ଉଚରା ପରେ ଏକ ଖବରଦାତା ସମ୍ମିଳନୀରେ ମେହେବୁବା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଯେଉଁ ଅନୁଷ୍ଠାନ ଗୁଡିକ ଆମ ଅଧିକାରର ସୁରକ୍ଷା ତଥା ଦେଶର ଆତ୍ମା ଓ ସମ୍ବିଧାନକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ଥିଲା ତାହା ଆଜି ତାଲିବାନ ହୋଇଯାଇଛି । ଏଥିସହ ସେ ଗଣମାଧ୍ୟମକୁ ତାଲିବାନିକରଣ କରିଥିବା ଅଭିଯୋଗ କରିଛନ୍ତି ।

Share