Categories: ଜାତୀୟ

ମେହବୁବା ମୁଫ୍‌ତିଙ୍କ ଝିଅଙ୍କୁ ନିୟମିତ ପାସ୍‌ପୋର୍ଟ

ଶ୍ରୀଗନର,୨୬।୮: ଜମ୍ମୁ-କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଝିଅ ଇଲ୍‌ତିଜା ମୁଫ୍‌ତିଙ୍କୁ ନିୟମିତ ପାସ୍‌ପୋର୍ଟ ମିଳିଛି। ତେବେ ଏହାର ସମୟସୀମା ୧୦ବର୍ଷ ରହିଛି। ଇଲ୍‌ତିଜା ତାଙ୍କ ପାସ୍‌ପୋର୍ଟ ସମୟସୀମା ବୃଦ୍ଧି ଏବଂ ତାଙ୍କ ବିଦେଶ ଭ୍ରମଣ ଉପରେ କୌଣସି କଟକଣା ନ ରଖିବା ନେଇ ଜମ୍ମୁ-କଶ୍ମୀର ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଥିଲେ। ଏହାପରେ ଆଞ୍ଚଳିକ ପାସ୍‌ପୋର୍ଟ ଅଧିକାରୀ ଇଲ୍‌ତିଜାଙ୍କୁ ୧୦ବର୍ଷ ଅବଧି ଥିବା ନିୟମିତ ପାସ୍‌ପୋର୍ଟ ପ୍ରଦାନ କରିଥିଲେ। ୩୫ ବର୍ଷୀୟା ଇଲ୍‌ତିଜା ଉଚ୍ଚ ଶିକ୍ଷାଲାଭ ପାଇଁ ୟୁଏଇ ଯିବାକୁ ସ୍ଥିର କରିଥିଲେ। ସେଥିପାଇଁ ସ୍ଥାନୀୟ ପାସ୍‌ପୋର୍ଟ ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ପାସ୍‌ପୋର୍ଟ ପ୍ରଦାନ କରିଥିଲେ। ଏହାର ସମୟସୀମା ୨୦୨୩ ଏପ୍ରିଲ ୫ରୁ ୨୦୨୫ ଏପ୍ରିଲ ୪ ଥିଲା। ଏହା ବିରୋଧରେ ଇଲ୍‌ତିଜା କୋର୍ଟରେ ଅପିଲ୍‌ କରିଥିଲେ।

Share