Categories: ଜାତୀୟ

ମେହବୁବା ମୁଫତିଙ୍କ ବଢ଼ିଲା ଗୃହବନ୍ଦୀ ଅବଧି

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ପ୍ରଶାସନ ପକ୍ଷରୁ ଆହୁରି ବଢ଼ାଇ ଦିଆଯାଇଛି। ପବ୍ଲିକ ସେଫ୍ଟି ଆକ୍ଟ (ପିଏସ୍‌ଏ) ଆଧାରରେ ଶୁକ୍ରବାର ମେହବୁବାଙ୍କ ଗୃହବନ୍ଦୀକୁ ଆସନ୍ତା ୩ ମାସ ଆର୍ଥତ୍‌ ନଭେମ୍ବର ୫ ଯାଏ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାପରେ ଘାଟିରେ ସୁରକ୍ଷା ରକ୍ଷା କରିବାକୁ ଯାଇ କେତେକ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରାଯାଇଥିଲା। ସେଥିରେ ମେହବୁବା ମଧ୍ୟ ସାମିଲ ଅଛନ୍ତି। ଅନ୍ୟପଟେ ପିଡିପ ନେତା ସାଜଦ ଲୋନଙ୍କୁ ପାଖାପାଖି ଏକ ବର୍ଷ ପରେ ଶୁକ୍ରବାର ଗୃହବନ୍ଦୀରୁ ମୁକ୍ତ କରାଯାଇଛି।

Share