Categories: ଜାତୀୟ

‘ରଘୁପତି ରାଘବ’ ଗାନକୁ ମେହବୁବାଙ୍କ ବିରୋଧ

ଶ୍ରୀନଗର,୨୧ା୯: କଶ୍ମୀରୀ ଛାତ୍ରୀଛାତ୍ର କ୍ଲାସରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜା ରାମ’ ଗାନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି ବିରୋଧ କରିଛନ୍ତି। ପିଲାମାନେ ଉକ୍ତ ଭଜନ ଗାଇବା ବେଳର ଭିଡିଓକୁ ପିଡିପି ନେତ୍ରୀ ଶେୟାର କରିବା ସହ କେନ୍ଦ୍ର ହିନ୍ଦୁତ୍ୱ ଏଜେଣ୍ଡାର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ଧର୍ମୀୟ ବିଦ୍ୱାନମାନଙ୍କୁ ଜେଲ୍‌ରେ ଭର୍ତ୍ତି କରିବା, ଜାମା ମସ୍‌ଜିଦ ବନ୍ଦ କରିବା ଏବଂ ସ୍କୁଲ୍‌ ପିଲାଙ୍କୁ ହିନ୍ଦୁ ପ୍ରାର୍ଥନା ଗାଇବା ଲାଗି ନିର୍ଦ୍ଦେଶ ଦେବା କଶ୍ମୀରରେ ବାସ୍ତବ ହିନ୍ଦୁତ୍ୱ ଏଜେଣ୍ଡାର ପ୍ରଚାର ବୋଲି ସ୍ପଷ୍ଟ ହୋଇଯାଇଛି। ତଥାକଥିତ ‘କଶ୍ମୀର ବଦଳୁଛି’ ନଁ।ରେ ଉପତ୍ୟକାବାସୀଙ୍କ ଉପରେ ହିନ୍ଦୁତ୍ୱ କାର୍ଯ୍ୟଧାରା ଚାପି ଦିଆଯାଉଥିବା ମେହବୁବା କହିଛନ୍ତି।

Share