‘ନାଗିନ ୬’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ମେହେକ

ମୁମ୍ବାଇ: ଏକତା କପୁରଙ୍କ ଆଗାମୀ ଶୋ’ ‘ନାଗିନ ୬’କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏଥିରେ ଅଭିନେତ୍ରୀ ମେହେକ ଚହଲ ମୁଖ୍ୟ ଭୂମିକାରେ ଅଭିନୟ କରି ପାରନ୍ତି ବୋଲି କୁହାଯାଉଛି । ତେବେ ଏକତା କପୁର ମେହେକଙ୍କୁ ଏଥିରେ ଏକ ବଡ ବ୍ରେକ୍‌ ଦେଉଛନ୍ତି ।

ଟେଲି ଶୋ’ ବିଗ୍‌ ବସ ୧୫ରେ ଏକତା କପୁର କିଛି ଦିନ ପୂର୍ବରୁ ଯାଇ ପହଞ୍ଚିଥିଲେ। ସେଠାରେ ଜାନୁୟାରୀ ୨୦୨୨ରେ ନାଗିନ ୬ ଲଞ୍ଚ କରିବାକୁ ଯାଉଛି ବୋଲି ଘୋଷଣା କରିଥିଲେ । କେବଳ ଏତିକି ନୁହେଁ ଏହି ଶୋ’ ପାଇଁ ଅଭିନେତ୍ରୀଙ୍କ ନାଁ ଏମ ରୁ ଆରମ୍ଭ ହୋଇଛି ବୋଲି ସେ ଇସାରା ଦେଇଥିଲେ। ଯାହାଙ୍କୁ ସଲମାନ ଖାନ ବେଶ୍‌ ଭଲଭାବେ ଜାଣିଛନ୍ତି । ମେହେକ ଶେଷ ଥର ପାଇଁ ଖତ୍ରୋ କି ଖିଲାଡିରେ ନଜର ଆସିଥିଲେ।

 

Share