Categories: ଜାତୀୟ

ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ…

ନୂଆଦିଲ୍ଲୀ, ୨୬।୩ : କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। କଂଗ୍ରେସର ମହାସଚିବ ଏବଂ ପ୍ରଦେଶ ମୁଖ୍ୟଙ୍କ ବୈଠକରେ ଶନିବାର ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ଏହି ଅଭିଯାନ କରାଯିବ।

୨ରୁ ୪ ଏପ୍ରିଲ ମଧ୍ୟରେ ବ୍ଲକ୍‌ ଏବଂ ଜିଲାସ୍ତରରେ ପ୍ରଦର୍ଶନ କରାଯିବ। ଏପ୍ରିଲ୍‌ ୭ରେ ରାଜ୍ୟର ରାଜଧାନୀସ୍ତରରେ ପ୍ରଦର୍ଶନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଦେଶ ମୁଖ୍ୟଙ୍କ ସହିତ ବୈଠକରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଅଭିଯାନ ଦେଇ ସ୍ବତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

Share