Categories: ଜାତୀୟ

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ କୌଣସି ରାଜନୈତିକ ଦଳ ସହ ଜଡିତ ନାହଁାନ୍ତି। ପଡିଆରେ ‘ମିଡଫିଲ୍ଡ ଜେନେରାଲ’ ଭାବରେ ଜଣାଶୁଣା ହୋସେନ କହିଛନ୍ତି ଯେ, ରାଜନୀତି ଛାଡିବା ନିଷ୍ପତ୍ତି ବ୍ୟକ୍ତିଗତ ଅଟେ। ହଠାତ୍‌ ରାଜନୈତିକ ଦଳରେ ଯୋଗଦେବାକୁ ନେଇ ତାଙ୍କ ପରିବାର ତଥା ଶୁଭେଚ୍ଛୁମାନେ ଦୁଃଖ ପ୍ରକାଶ କରିଥିଲେ।
ମଙ୍ଗଳବାର ଭାଜପା ରାଜ୍ୟ ୟୁନିଟ ସଭାପତି ଦିଲୀପ ଘୋଷଙ୍କ ଦ୍ୱାରା ମୁରଲୀଧର ସେନ ଲେନ କାର୍ଯ୍ୟାଳୟରେ ଭାରତ ମାତା କି ଜୟଙ୍କ ସ୍ଲୋଗାନ ଦେଇ ପୂର୍ବ ବଙ୍ଗାଲର ପୂର୍ବତନ ଅଧିନାୟକ ହୋସେନଙ୍କୁ ଭାଜପା ପତାକା ପ୍ରଦାନ କରାଯାଇଥିଲା। ଏହାର ୨୪ ଘଣ୍ଟା ପରେ ହୁସେନ ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଯେ, ମୁଁ ଆଜିଠାରୁ କୌଣସି ରାଜନୈତିକ ଦଳ ସହ ଜଡିତ ହୋଇ ନାହିଁ। ଏହି ନିଷ୍ପତ୍ତି ପାଇଁ ମୁଁ ସମସ୍ତ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗୁଛି । ଏହି ନିଷ୍ପତ୍ତି ନେବାକୁ ମୋତେ କେହି ଚାପ ପକାଇ ନାହାଁନ୍ତି। ରାଜନୀତିରୁ ଦୂରେଇ ରହିବା ନିଷ୍ପତ୍ତି ମୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ କହିଛନ୍ତି। ଭାରତ ପକ୍ଷରୁ ଖେଳିଥିବା ୩୦ଟି ମ୍ୟାଚରେ ହୋସେନ ଦୁଇଟି ଗୋଲ ସ୍କୋର କରିଥିଲେ।

Share