ବିଗ୍‌ ବସ୍‌ ଫେମ୍‌ ଏହି ରୋମାଣ୍ଟିକ୍‌ ଯୋଡ଼ିଙ୍କ ହେଲା ବ୍ରେକ୍‌ଅପ୍‌

ବମ୍ବେ: ବିଗ୍‌ବସ୍‌ରୁ ପ୍ରେମ ଆଉ ଏବେ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ଏକ ସେଲିବ୍ରିଟି ଯୋଡ଼ି। ଏହି ବିବାଦୀୟ ରିଆଲିଟି ଶୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିବା ଈଶାନ ସେହଗଲ ଏବଂ ମାୟଶା ଆୟାର ପରସ୍ପରଠାରୁ ଅଲଗା ହୋଇଛନ୍ତି। ଦୀର୍ଘଦିନରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହା ଉପରେ ମୋହର ମାରିଛନ୍ତି ଈଶାନ।

ନିଜର ସୋସିଆଲ ଆକାଉଣ୍ଟରେ ଈଶାନ ବ୍ରେକ୍‌ଅପ୍‌ ହୋଇଥିବା ନେଇ କହିଛନ୍ତି। ଏହା ପଛର କାରଣ ମଧ୍ୟ ସେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଆମ ଭିତରେ ସବୁକିଛି ଠିକ୍‌ ଚାଲି ନ ଥିଲା। ଆମେ ପରସ୍ପରଲାଗି କେବେ ବି ନ ଥିଲୁ। ବିଗ୍‌ବସ୍‌ ଘର କଥା ଭିନ୍ନ ଥିଲା। ଶୋ’ରୁ ବାହାରକୁ ଆସିବା ପରେ ବହୁତ କିଛି ଜିନିଷ ବଦଳି ଯାଇଥିଲା। ମୋତେ ଲାଗୁଛି ଭଲ ହୋଇଛି ଆମର ବ୍ରେକ୍‌ଅପ୍‌ ହୋଇଛି। ଆମେ ଆଉ କଥା ହେଉନାହୁଁ। ମୁଁ ଆଗକୁ ବଢ଼ି ସାରିଛି ବୋଲି ଅଭିନେତା କହିଛନ୍ତି। ଅପରପକ୍ଷେ ମାୟଶାଙ୍କ ପକ୍ଷରୁ ଏଯାଏ କୌଣସି ବୟାନ ଆସିନାହିଁ।

Share