Categories: ଜାତୀୟ

ମଣିପୁର ଶାନ୍ତି କମିଟିରେ ସାମିଲ ହେବନି ମେଇତି ଗ୍ରୁପ୍‌

ପାଟନା, ୧୪ା୬: ହିଂସାପ୍ରବଣ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କୁ ସାମିଲ କରାଯାଇଥିବାରୁ କୁକି ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛି। ମେଇତି ସିଭିଲ ସୋସାଇଟି ଗ୍ରୁପ୍‌ର ଅନ୍ୟତମ ସଂଗଠନ ମଣିପୁର ସଂହତି ସମନ୍ବୟ କମିଟିର ଆବାହକ ଜିତେନ୍ଦ୍ର ନିଗୋମ୍ବାଙ୍କୁ କମିଟିର ସଦସ୍ୟ କରାଯାଇଥିବାବେଳେ ଏହାକୁ କମିଟି ଅଗ୍ରାହ୍ୟ କରିଦେଇଛି। ମେଇତି ଗ୍ରୁପ୍‌ ଶାନ୍ତି କମିଟିରେ ରହିବ ନାହିଁ ବୋଲି କହିଛି। ମଣିପୁର ରାଜ୍ୟପାଳ ଅନସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଗତ ୧୦ ତାରିଖରେ ରାଜ୍ୟସ୍ତରୀୟ ଶାନ୍ତି କମିଟି ଗଢ଼ାଯାଇଥିଲା। କମିଟିରେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂ, ଏମ୍‌ପି, ବିଧାୟକ, ମନ୍ତ୍ରୀ ଓ ଅନ୍ୟ ଷ୍ଟେକ୍‌ ହୋଲ୍ଡରମାନେ ଅଛନ୍ତି। ଶାନ୍ତି କମିଟି ଗଠନରେ ଆମେ ସନ୍ତୁଷ୍ଟ ନୋହୁଁ ବୋଲି ମଣିପୁର ସଂହତି ସମନ୍ବୟ କମିଟି ପକ୍ଷରୁ କୁହାଯାଇଛି।

Share