Categories: ଜାତୀୟ

କୃଷକ ଆନ୍ଦୋଳନ ସହ ଜଡିତ ୨୫୦ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୧ ।୨: ଭାରତ ସରକାରଙ୍କ ଇଲୋକ୍ଟ୍ରୋନିକ ଆଣ୍ଡ ଆଇଟି ମନ୍ତ୍ରଣାଳୟ ଟୁଇଟରକୁ ନିର୍ଦ୍ଦେଶ ଦେଇଛନ୍ତି କି ତୁରନ୍ତ ୨୫୦ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଉ । ୩୦ ଜାନୁୟାରୀରେ ‘ମୋଦି ପ୍ଲାନିଂ ଫାର୍ମର ଜେନୋସାଇଟ’ ନାମରେ ହ୍ୟାସଟ୍ୟାଗ ଲଗାଇ ଯେଉଁ ୨୫୦ ଟୁଇଟର ଆକାଉଣ୍ଟ ଚାଲିଥିଲା ସେସବୁକୁ ବନ୍ଦ କରି ଦିଆଯାଉ । ଏହାର ଅର୍ଥଥିଲା ମୋଦି ସରକାର କୃଷକଙ୍କୁ ଜନସଂହାର ପାଇଁ ପ୍ରସ୍ତୁତି କରୁଛନ୍ତି । ସରକାର ଏହି ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ଓ ସୁରକ୍ଷା ଏଜେନ୍ସିର ଆବେଦନ ପରେ ନେଇଛନ୍ତି । ଏଥିରେ ଅନୁରୋଧ କରାଯାଇଥିଲା କି ଏହାଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ରହିଛି । ଆଉ ଏହାପରେ ଏସବୁ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ପାଖାପାଖି ୬୮ ଦିନ ହେବ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଏବେ ଏହି ଆନ୍ଦୋଳନର କେ୍‌ଦ୍ର ଗାଜିପୁର ସୀମାରେ ହୋଇ ଯାଇଛି କହିଲେ ଚଳେ । ଯାହା ଫଳରେ ଏହି ରାସ୍ତାକୁ ପୋଲିସ ବନ୍ଦ କରି ଦେଇଛି । ଏହି ଆନ୍ଦୋଳନକୁ ନେଇ ବେଳକୁ ବେଲ ଅଶାନ୍ତ ହେଉଛି ପରିବେଶ । ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି ।

Share