ଦୋଳ ମଣ୍ଡପରେ ବିଜେ ହେଲେ ୫୦ରୁ ଊର୍ଦ୍ଧ୍ୱ ବିମାନ: ଅଗରପଡା ରାମ ରହିମ ମେଲଣ

ଭଦ୍ରକ,୧୫।୩(ସନାତନ ରାଉତ ): ଭଦ୍ରକ ଜିଲା ଆଗରପଡା ରାମଗଡ଼ପଦା ଦୋଳ ମଣ୍ଡପରେ ଶନିବାର ବିଜେ ହୋଇଛି ୫୦ରୁ ଊର୍ଦ୍ଧ୍ୱ ବିମାନ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଛି ବହୁ ପୁରାତନ ପ୍ରସିଦ୍ଧ ରାମ ରହିମ ମେଳନ। ଅଗରପଡା ଅଞ୍ଚଳର ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟର ଲୋକେ ଏହି ମେଳନ ଓ ଠାକୁରଙ୍କ ବିମାନ ଶୋଭାଯାତ୍ରାରେ ସାମିଲ ହେଉ ଥିବାରୁ ରାମ ରହିମ ମେଳନ ଭାବରେ ପ୍ରସିଦ୍ଧ ଅଟେ । ରାତି ୩ ଟାରେ ବିମାନ ଗୁଡିକ ରଜାଗଡ଼ ଉଆସରୁ ବାଣ ରୋଷଣୀ ସହ ଶୋଭାଯାତ୍ରାରେ ରାମଗଡ଼ ମେଳନ ପଡିଆରେ ପହଞ୍ଚିଥିଲେ । ପରେ ଠାକୁରଙ୍କୁ ଅଭିର ଲାଗି କରାଯାଇ ଭୋଗ ଲାଗିଥିଲା । ଶ୍ରଦ୍ଧାଳୁମାନେ ନିଜ ନିଜ ମଧ୍ୟରେ ଅଭିର ହୋଲି ଖେଳିଥିଲେ। ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ଘରକରଣା ସାମଗ୍ରୀ ଦୋକାନ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ଖୋଲା ଯାଇଛି । ୨ ଦିନ ଧରି ଏହା ଚାଲିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର

ଭୁବନେଶ୍ବର,୧୫।୩: ଭୁବନେଶ୍ବର ବୁଦ୍ଧବିହାରରେ ଶନିବାର ରାତିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ...

ବିଦ୍ୟୁତ୍‌ ତାର ଚୋରି କରିବା ପଡ଼ିଲା ମହଙ୍ଗା

ଟିଟିଲାଗଡ଼୧୫।୩(ଶରତ ମିଶ୍ର): ବିଦ୍ୟୁତ୍‌ ତାର ଚୋରି କରିବା ଅଭିଯୋଗରେ ଟିଟିଲାଗଡ଼ ଥାନା ପୋଲିସ ଶନିବାର ୫ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡିର ନିରାକାର...

ହୋଲି ଖେଳି ସେଲ୍‌ଫି ନେଉଥିଲେ ଦୁଇ ଯୁବକ, ଜଳସ୍ରୋତରେ ଭାସିଗଲେ

କୋଟପାଡ଼,୧୫ା୩(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଗୁଲମୀ ପିକ୍‌ନିକ୍‌ ସ୍ପଟରେ ଗାଧୋଇବାକୁ ଯାଇ ସେଲ୍‌ଫି ନେବା ସମୟରେ ଗଡ଼ ଖୋସି ଛତିଶଗଡ଼ ଜଗଦଳପୁର କୁମାର ପାରା ଅଞ୍ଚଳର...

କପିଳେଶ୍ୱରଦେବଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ନିରାକାରପୁର,୧୬।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେଡିଆରେ ଅବସ୍ଥିତ ଶ୍ରୀ କପିଳେଶ୍ୱରଦେବଙ୍କ ଅଶୋକାଷ୍ଟମୀ ପବିତ୍ର ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତିରେ ଶନିବାର ରଥକାଠ...

ଯବାନଙ୍କ ରାଲିରେ ସାମିଲ ହେଲେ ମନ୍ତ୍ରୀ, ବିଧାୟକ

ଗୋପାଳପୁର,୧୫ା୩(ନବୀନ ରାଜ ଆଚାରୀ): ସିଆଇଏସ୍‌ଏଫ ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବରିଷ୍ଠ କମାଣ୍ଡାଣ୍ଡ ଆଲୋକ ଯୋଶୀ ନେତୃତ୍ୱରେ ଯବାନମାନେ ଏକ ସାଇକେଲ ରାଲି ଗୁଜରାଟ...

କୋଲକାତାରୁ ଗିରଫ ହେଲେ ପୂର୍ବତନ ଜିଲାପରିଷଦ ସଭ୍ୟ

ଧର୍ମଶାଳା,୧୫ା୩: ଯାଜପୁର ଜିଲା ଧର୍ମଶାଳା ୧୩ନଂ ଜୋନ୍‌ର ପୂର୍ବତନ ଜିଲା ପରିଷଦ ସଭ୍ୟ ଗିରଫ ହୋଇଛନ୍ତି। ସେ ହେଲେ ନିରଞ୍ଜନ ରାଉତ। ତାଙ୍କୁ ଯାଜପୁର ପୋଲିସର...

ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଲାଠୋର,୧୫।୩(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ବର୍ତ୍ତିଆ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାଦବ ପଟେଲ(୫୫)।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image