ହ୍ବାଇଟ ହାଉସରେ ରୋଷେଇ ଦାୟିତ୍ୱ ନେଇଛନ୍ତି ମେଲାନିଆ

ଓ୍ବାଶିଂଟନ,୨୧।୭: କରୋନା ଭାଇରସ ମହାମାରୀ ସମୟରେ ଏବେ ଦ୍ୱିପ୍ରହର ରୋଷେଇର ଦାୟିତ୍ୱ ନେଇଛନ୍ତି ଆମେରିକାର ଫାଷ୍ଟ ଲେଡି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ। ଆମେରିକାର ରାଜଧାନୀ ଓ୍ବାଶିଂଟନ ଡିସିରେ ଥିବା ଓ୍ବାଇଟ ହାଉସ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଶ୍ୱସନା ଦେଇଥିଲା। ତେଣୁ ପ୍ରଥମଥର ମାସ୍କ ପିନ୍ଧି ସର୍ବସାଧାରଣ ସ୍ଥାନରେ ମେଲାନିଆ ଖାଦ୍ୟ ପରସିଥିବା ଦେଖାଯାଇଥିଲା। ନିଜର ଯୁବ କଲ୍ୟାଣ ବି ବେଷ୍ଟର ପ୍ରଚାର-ପ୍ରାସର ପାଇଁ ମେଲାନିଆ ବେଳେ ବେଳେ ସ୍କୁଲ, ହସ୍ପିଟାଲ ଓ ଆଉ କିଛି ସ୍ଥାନକୁ ଯାତ୍ରା କରୁଥିଲେ। ହେଲେ କରୋନା ମହାମାରୀ ପରଠାରୁ ସେ ଆଉ ବାହାରକୁ ଯାଇ ନ ଥିଲେ। କିନ୍ତୁ ଏହି ସମୟରେ ସେ ଅନ୍ୟକୁ ପ୍ରେରଣା ଦେବାକୁ ରୋଷେଇ ଘର କାମ ସମ୍ଭାଳିଥିଲେ। ଗତ ସପ୍ତାହରେ ଆମେରିକାର ଏହି ଫାଷ୍ଟ ଲେଡି କଲମ୍ବିୟାର ଅଗ୍ନୀଶମ ଓ ଅପାତକାଳନୀନ ମେଡିକାଲ ସେବା ଯୋଗାଉଥିବା କର୍ମଚାରୀଙ୍କୁ ସାକ୍ଷାତ୍‌ କରିଥିଲେ। ସେଠାକୁ ସେ ହ୍ବାଇଟ ହାଉସରେ ପ୍ରସ୍ତୁତ ଖାଦ୍ୟ, ଦ୍ୱିତୀୟଥର ବ୍ୟବ୍ୟବହାର କରାଯାଇ ପାରୁଥିବା ମାସ୍କ, ହ୍ୟାଣ୍ଡ ସାନିଟାଇଜର ଆଦି ନେଇ ଯାଇଥିଲେ। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ କହିଲେ ଅଗ୍ନିଶମ କର୍ମଚାରୀ, ପୋଲିସି, ଇଏମ୍‌ଏସ୍‌ କର୍ମୀଙ୍କ ସହ ଆମେ ଅଛୁ। ସେତେବେଳେ ମେଲାନିଆଙ୍କ ବିଷୟରେ କିଛି ତଥ୍ୟ ଜଣାପଡିଥିଲା। ଅନ୍ୟପଟେ କରୋନା ମହାମାରୀକୁ ନେଇ ମେଲାନିଆ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କହିଥିଲେ। ଏହାସହ ୧୫୦ ଖାଦ୍ୟ ପ୍ୟାକେଟ ବାଣ୍ଟିବାକୁ କହିଥିଲେ ମେଲାନିଆ।

Share