ଶ୍ରୀନଗର,୮।୧୨: ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍ର ସହ-ସଂସ୍ଥାପିକା ମେଲିଣ୍ଡା ଗେଟ୍ସ ବୁଧବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ଅବସରରେ ମେଲିଣ୍ଡା ଉତ୍ତର ପ୍ରଦେଶ ମଡେଲ୍କୁ ପ୍ରଶଂସା କରିବା ସହ ଏହା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ଲାଗି ଉଦାହରଣ ପାଲଟିଥିବା ସେ କହିଛନ୍ତି।
ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ଏହି ସ୍ବତନ୍ତ୍ର ସାକ୍ଷାତ୍କାରର ଆୟୋଜନ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ହେଲ୍ଥ କେୟାର ସେକ୍ଟରରେ କିପରି ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ କରାଯିବ, ଚାଷ ଓ ପୋଷଣ ଅଭାବକୁ ପୂରା କରିବା ଲାଗି କିପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟରେ କରାଯାଇଥିବା ଡିଜିଟାଲ ବ୍ୟାଙ୍କିଙ୍ଗ୍ ସୁବିଧା ସାଙ୍ଗକୁ, କୋଭିଡ୍ ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପକୁ ମେଲିଣ୍ଡା ପ୍ରଶଂସା କରିଛନ୍ତି।