ମେଲୋନି ହୋଇପାରନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ, ୨୬ା୯: ନୂଆ ପ୍ରଧାନମନ୍ତ୍ରୀ ପାଇଁ ୟୁରୋପୀୟ ଦେଶ ଇଟାଲୀରେ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଦକ୍ଷିଣପନ୍ଥୀ ନେତ୍ରୀ ତଥା ବ୍ରଦର୍ସ ଅଫ୍‌ ଇଟାଲୀ(ଏଫ୍‌ଡିଆଇ) ପାର୍ଟିର ଜିଓର୍ଜିଆ ମେଲୋନିଙ୍କ ବିଜୟ ହୋଇପାରେ ବୋଲି ବୁଥ୍‌ଫେରନ୍ତା ମତପ୍ରକାଶ ପାଇଛି।]

ତେବେ ଜଣେ ଦକ୍ଷିଣପନ୍ଥୀଙ୍କୁ ଇଟାଲୀବାସୀ ନିଜ ନେତା ବାଛିବେ କି ନା ତାହା ଉପରେ ସମଗ୍ର ୟୁରୋପର ନଜର ରହିଛି। ଯଦି ମେଲୋନି ଜିତନ୍ତି ତେବେ ସେ ଇଟାଲୀର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଟାଲୀରେ କୌଣସି ଦକ୍ଷିଣପନ୍ଥୀ ସରକାର ଗଠନ ହେବାକୁ ଯାଉଛି। ମେଲୋନି ଜଣେ ସାମାଜିକକର୍ମୀରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

୨୦୧୨ରେ ଗଠନ ହୋଇଥିବା ଏଫ୍‌ଡିଆଇର ସହପ୍ରତିଷ୍ଠାତା ମେଲୋନି ପରେ ଦଳର ଅଧ୍ୟକ୍ଷା ହୋଇଥିଲେ। ୨୦୧୮ରେ ତାଙ୍କ ଦଳକୁ ମୋଟ ଭୋଟ୍‌ର ମାତ୍ର ୪% ମିଳିଥିଲା। ଜଣେ କଠୋର ଦକ୍ଷିଣପନ୍ଥୀ ନେତା ଭାବେ ଲୋକେ ତାଙ୍କୁ ଜାଣନ୍ତି। ସେ ସମଲିଙ୍ଗୀ ସମ୍ପର୍କର ଘୋର ବିରୋଧୀ ଏବଂ ଅଧିକାଂଶ ସମୟରେ ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟ ବିରୋଧରେ ମତ ରଖିଥାନ୍ତି।

Share