ନୂଆଦିଲ୍ଲୀ, ୨୬ା୪:ଜୁନ୍ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି। ଏନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି ହୋଇଛି।
ସେହିପରି ଗୁରୁବାର ଇଟାଲୀର ୭୯ତମ ମୁକ୍ତି ଦିବସ ପାଳନ ହେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦି ମେଲୋନି ଓ ଇଟାଲୀର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତବର୍ଷ ବସିଥିବା ଜି-୨୦ ସମ୍ମିଳନୀର ପରିଣାମ ଓ ପ୍ରଭାବ ସମ୍ପର୍କରେ ଜି-୭ ସମ୍ମିଳନୀରେ ଆଲୋଚନା ହେବ।