୧୭ ବର୍ଷରୁ କମ୍‌ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ

ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍‌ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଖେଳାଳିଙ୍କ ସହ ତେଲଙ୍ଗାନ ରାଜ୍ୟଗସ୍ତରେ ଅଛନ୍ତି। ଚଳିତମାସ ୭ରୁ୧୧ ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନା ରାଜ୍ୟର କାମାରେଡ୍ଡି ଷ୍ଟାଡିଅମଠାରେ ୬୭ତମ ଜାତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ଦଳରେ ସବ୍ୟସାଚ୍ଚୀ ଜଣେ ଭଲ ରିଡର ଭାବରେ ସ୍ଥାନ ପାଇଛନ୍ତି। ସେ ଜାତୀୟ ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି। ତାଙ୍କ ସଫଳତା ମା’ ଭାରତୀ ମହାନ୍ତି ଓ ବାପା ରସୁଲପୁର ବ୍ଲକ ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧୀର ମହାନ୍ତିଙ୍କ ଆଶୀର୍ବାଦ, କ୍ରୀଡ଼ା ଶିକ୍ଷକ ସୁରେଶ ପରିଡ଼ା ଓ ଜିଲା କବାଡି ଆସୋସିଏଶନର ପ୍ରଶିକ୍ଷକଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି।
ରସୁଲପୁର ବ୍ଲକ ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତ ଦ୍ୱୀପାଞ୍ଚଳ ହାଇସ୍କୁଲର ମେଧାବୀ ଛାତ୍ର ସବ୍ୟସାଚ୍ଚୀ ଦଶମ ଶ୍ରେଣୀରେ ଅଧ୍ୟୟନରତ ଅଛନ୍ତି। ସେ ଭଲ ପାଠପଢିବା ସହ କବାଡ଼ି ଖେଳିବାକୁ ଭଲ ପାଆନ୍ତି। କିଛିବର୍ଷ ହେଲା ବିଦ୍ୟାଳୟସ୍ତରର ବିଭିନ୍ନ ଜିଲା ଓ ରାଜ୍ୟସ୍ତରର କବାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଆସୁଛନ୍ତି। ତାଙ୍କର ଖେଳରେ ଦକ୍ଷତା ଯୋଗୁ ଜିଲାର ଜୁନିୟର କବାଡ଼ି ଦଳରେ ସାମିଲ ହୋଇ ଅନେକ ଓପନ ଟୁର୍ନାମେଣ୍ଟ୍‌ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି। ପ୍ରୋ-କବାଡ଼ି ଖେଳ ତାଙ୍କୁ ବିଶେଷ ପ୍ରଭାବିତ କରିଛି। ସେ ଭବିଷ୍ୟରେ ସେହିଭଳି ଉଚ୍ଚମାନର ପ୍ରତିଯୋଗିତାରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଦେଶର ଯେକୌଣସି କବାଡ଼ି ପ୍ରଶିକ୍ଷଣ ଶିବିରରେ ତାଲିମ ନେବାକୁ ଇଚ୍ଛା ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଶିକ୍ଷଣ ଶିବିରରେ ଭର୍ତ୍ତି କରାଇବାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସମ୍ଭବ ହୋଇପାରିବ ବୋଲି ମତ ରଖିଛନ୍ତି।
ରାଜ୍ୟସ୍ତରର ପ୍ରତିଯୋଗିତା ୨୦୨୩ ଅକ୍ଟୋବର ୧୬ରୁ ୧୮ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ବ୍ରହ୍ମପୁର ସରକାରୀ କୁଇନ୍‌ ଅଫ ଦି ମିଶନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ସବ୍ୟସାଚ୍ଚୀ ଯାଜପୁର ଜିଲା ସ୍କୁଲ କବାଡି ଦଳରେ ଭଲ ପ୍ରଦର୍ଶନକରି ଚୟନ କର୍ତ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ବିଭିନ୍ନ ଜିଲାରୁ ରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଳ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କୁ ଚୟନ କରାଯାଇଥିଲା। ପରେ ପୁରୀ ଜିଲା ସ୍କୁଲ ଖେଳ ପଡିଆରେ ଜାତୀୟ ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ ୧୨ ଖେଳାଳିଙ୍କୁ ଚୟନ କରାଯାଇ କୋଚିଂ ପ୍ରଦାନ କରାଯାଇଥିଲା। କୋଚ ଶିଶିର ମାଝି ଓ ମ୍ୟାନେଜର ତାରାପଦ ସେଠୀଙ୍କ ନେତୃତ୍ୱରେ ଓଡ଼ିଶା ଦଳ ଜାତୀୟ ପ୍ରତିଯୋଗିତାରେ ଯୋଗଦେବାକୁ ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri