Categories: ଜାତୀୟ

ବିଗିଡିଲା ଭାଜପା ଏମ୍‌ପିଙ୍କ ସ୍ବାସ୍ଥ୍ୟାବସ୍ଥା

ଭୋପାଳ,୨୦।୧୨: ଭାରତୀୟ ଜନତା ପାର୍ଟି ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଗତ କିଛି ମାସ ହେବ ରେଟିନାର ପଛ ଭାଗରେ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହି ଚିକିତ୍ସା କରାଯାଉଛି। ସେପଟେ ଡାକ୍ତରଖାନାରେ ଥିବାରୁ ସେ ଏନଆଇଏ କୋର୍ଟକୁ ଯାଇପାରିବେ ନାହିଁ ବୋଲି ଏମ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କିନ୍ତୁ କୋର୍ଟର ପରବର୍ତ୍ତୀ ତାରିଖରେ ସେ ନିଜକୁ ଉପସ୍ଥିତ ରହିବେ ଏବଂ ତାଙ୍କ ପକ୍ଷ ଉପସ୍ଥାପନ କରିବେ। ଗତ ଶୁକ୍ରବାର ସାଧ୍ୱୀ ପ୍ରଜ୍ଞା ମାଲେଗାଓଁ ବିସ୍ଫୋରଣ ମାମଲାରେ ଏନଆଇଏ କୋର୍ଟରେ ହାଜର ହେବେ, କିନ୍ତୁ ଅସୁସ୍ଥତା କାରଣରୁ ସେ କୋର୍ଟରେ ପହଞ୍ଚି ପାରି ନ ଥିଲେ। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିବା ପ୍ରଜ୍ଞା ରେଟିନା ସଂକ୍ରମଣ, ନିଶ୍ୱାସ ପ୍ରଶ୍ୱାସ ଭଳି ସମସ୍ୟାରେ ପୀଡିତ ଅଛନ୍ତି।

Share