ନିର୍ଦ୍ୱନ୍ଦ୍ୱ ସମିତିସଭ୍ୟାଙ୍କ ଅପହରଣ ମାମଲାରେ ନୂଆ ମୋଡ଼

ଗଞ୍ଜାମ,୧୫।୨: ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ୍ୱ ସମିତି ସଭ୍ୟା ମାମି ଦାସଙ୍କୁ ଅପହରଣ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏ ନେଇ ପଞ୍ଚାୟତବାସୀ ମେଳି ବାନ୍ଧିଛନ୍ତି। ପଞ୍ଚାୟତବାସୀ ବୈଠକ କରି ଅପହରଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ବୋଲି ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା କହିଛନ୍ତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଅନ୍ୟପଟେ ମତେ କେହି ଅପହରଣ କରିନାହାନ୍ତି, ମୁଁ ସ୍ବଇଚ୍ଛାରେ ଆତ୍ମଗୋପନ କରିଛି ଏବଂ ମୋ ସ୍ବାମୀ ପୁଅ ଆମେ ସମସ୍ତେ ସୁରକ୍ଷିତ ଅଛୁ ବୋଲି ସମିତିସଭ୍ୟା ଦାସ କହୁଥିବା ଏକ ଭିଡିଓ ଭାଇରଲ ହୋଇଛି ।

Share