ଲାଲ୍‌କିଲାରେ ଆମେରିକା କଂଗ୍ରେସ ସଦସ୍ୟ ଉପସ୍ଥିତ ରହିବେ

ଓ୍ବାଶିଂଟନ, ୯ା୮(ପି.ଟି.): ଦେଶର ସ୍ବାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବାବେଳେ ଆମେରିକାର ଆଇନ ପ୍ରଣେତାମାନଙ୍କର ଏକ ପ୍ରତିନିଧି ଦଳ ଉପସ୍ଥିତ ରହିବେ। ଏହି ଦ୍ୱିଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଏବଂ ମିଚେଲ ଓ୍ବାଲ୍‌ଟଜ୍‌। ଏମାନେ ଭାରତ ଓ ଭାରତୀୟ-ଆମେରିକୀୟ ଦ୍ୱିଦଳୀୟ କଂଗ୍ରେସ ସଭାର ସହଅଧ୍ୟକ୍ଷ ରହିଛନ୍ତି। ପ୍ରତିନିଧି ଦଳର ନେତୃତ୍ୱ ନେଇ ଭାରତ ଯିବା ଓ ସ୍ବାଧୀନତା ଦିବସରେ ସାମିଲ ହେବା ସମ୍ମାନର ବିଷୟ ବୋଲି ରୋ ଖାନ୍ନା କହିଛନ୍ତି। ତାଙ୍କ ଜେଜେ ଭାରତର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ।

Share